www.samajalive.in
Wednesday, December 10, 2025
18.1 C
Bhubaneswar

’ସଙ୍ଗରୋଧ’: ୨୧ରୁ ୧୪ ଦିନକୁ ଖସିଲା ଅବଧି; ୩ ଦିନ ପାଇଁ ଓଡ଼ିଶା ଆସୁଥିଲେ ଅନାବଶ୍ୟକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡ଼ା. ଶ୍ରୀନାଥ ରେଡ଼ୀଙ୍କ ପରାମର୍ଶକ୍ରମେ ରାଜ୍ୟ ସରକାର ସଙ୍ଗରୋଧକୁ ୧୪ ଦିନରୁ ୨୧ ଓ ପରବର୍ତୀ ପର୍ଯ୍ୟାୟରେ ୨୮ ଦିନକୁ ବୃଦ୍ଧି କରିଥିଲେ । ମାତ୍ର କେଇ ସପ୍ତାହ ପରେ ପୁନର୍ବାର ସଙ୍ଗରୋଧ ନିୟମକୁ ପରିବର୍ତନ କରିଛନ୍ତି ସରକାର । ଏଣିକି ପ୍ରବାସୀଙ୍କୁ ସଙ୍ଗରୋଧ ଗୃହରେ ୨୧ ବଦଳରେ ୧୪ ଦିନ ରହିବାକୁ ପଡ଼ିବ । ଏପରିକି ଗ୍ରାମାଞ୍ଚଳରେ ଲୋକମାନେ ୭ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟ । ଯଦି କ୍ବାରେଣ୍ଟାଇନ ସେଣ୍ଟରରେ କରୋନା ଲକ୍ଷଣ ପ୍ରକାଶ ପାଇନାହିଁ ତେବେ ସେମାନେ ୭ ଦିନ ନିଜ ଘରେ ସଙ୍ଗରୋଧରେ ରହିବେ । ଯଦି ଘରେ ସେପରି ବ୍ୟବସ୍ଥା ନ ଥିବ ତେବେ ପଞ୍ଚାୟତରେ ଗୋଷ୍ଠୀ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରଖାଯିବାର ବ୍ୟବସ୍ଥା ହେବ । ପଞ୍ଚାୟତସ୍ତରରେ ଅଧିକାରୀମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ।

- Advertisement -

ଅନ୍ୟପକ୍ଷରେ ସହରାଞ୍ଚଳକୁ ଫେରୁଥିବା ପ୍ରବାସୀ ଅନ୍ୟୂନ ୧୪ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟ । ସେମାନେ ଚାହିଁଲେ ହୋଟେଲରେ ପେଡ଼୍ କ୍ବାରେଣ୍ଟାଇନରେ ରହିପାରି​ବେ ଏବଂ ଏହାର ଖର୍ଚ ନିଜେ ବହନ କରିବେ । ମାତ୍ର ଯେଉଁମାନେ ରାଜ୍ୟ ବାହାରୁ ଓଡ଼ିଶାର ସହରାଞ୍ଚଳକୁ ବିଭିନ୍ନ କାର୍ଯ୍ୟରେ୭୨ ଘଣ୍ଟାରୁ କମ୍ ସମୟ ପାଇଁ ଆସୁଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ । କିନ୍ତୁ ଏହାଠାରୁ ଅଧିକ ସମୟ ରହିଲେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ । ଅନୁରୂପ ଭାବରେ ଅନ୍ୟ ରାଜ୍ୟରେ ସଙ୍ଗରୋଧରେ ରହିଥିବା ବ୍ୟକ୍ତି ଓଡ଼ିଶାକୁ ଫେରିଲେ ସେମାନଙ୍କ ନିମନ୍ତେ ସଙ୍ଗରୋଧ ଜରୁରୀ ନୁହେଁ । ତେବେ ସେଥିପାଇଁ ତାଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories