ଟୋକିଓ: ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ପି.ଭି ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ ପ୍ରତିଦ୍ବନ୍ଦୀଙ୍କୁ ହରାଇଲେ ପି.ଭି.ସିନ୍ଧୁ। ଚୀନର ବ୍ୟାଡମିଣ୍ଟନ ଖେଳାଳି ହେ ଚିଙ୍ଗ ଜିଆଓଙ୍କୁ ସିଧାସଳଖ ୨-୦ ସେଟରେ ହରାଇଲେ। ଆଜି ଖେଳାଯାଇଥିବା ଦମଦାର ଟକ୍କରରେ ସିନ୍ଧୁ ଚାଇନାର ହେ ସେ ବିଙ୍ଗିଆଓଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ବ୍ରୋଞ୍ଜ ପଦକ। ବ୍ୟକ୍ତିଗତ ଭାବେ ୨ଟି ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦ୍ବିତୀୟ ଭାରତୀୟ ବୋଲି ଜଣାପଡ଼ିଛି।
ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କଠାରୁ ଗତକାଲି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଥିଲେ ପିଭି ସିନ୍ଧୁ । ଦମଦାର ସେମିଫାଇନାଲ୍ ଟକ୍କରରେ ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ । ପ୍ରଥମ ସେଟରେ ଆଗୁଆ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଶେଷରେ ଚମତ୍କାର ପ୍ରଦର୍ଶନ କରି ଜିତିନେଇଥିଲେ ଚୀନର ତାଇ ଜୁ-ୟିଙ୍ଗ । ୧୮-୨୧, ୧୧-୨୧ ଦୁଇଟି ସେଟରେ ପରାଜୟ ହୋଇଥିଲେ ସିନ୍ଧୁ ।



