ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ଭାରତ ଏବଂ ଚୀନ ସହିତ ଏପରି ଦୁର୍ବ୍ୟବହାର କରିପାରିବେନି ବୋଲି ସେ ଟ୍ରମ୍ପଙ୍କୁ କହିବା ସହିତ କୁଟନୀତିର ଶିଷ୍ଟାଚାର ଶିକ୍ଷା ଦେଇଛନ୍ତି। ପୁଟିନ କହିଛନ୍ତି, ଟ୍ରମ୍ପ ଭାରତ ଏବଂ ଚୀନ ଉପରେ ଟାରିଫ ଏବଂ ପ୍ରତିବନ୍ଧକ ଲଗାଇ ଚାପ ପକାଇବାକୁ ଉଦ୍ୟମ ନ କରନ୍ତୁ। ଆପଣ ଭାରତ ଏବଂ ଚୀନ ସହିତ ଏପରି କଥାବାର୍ତ୍ତା କରିପାରିବେ ନାହିଁ।
ସାଂଘାଇ ସମନ୍ବୟ ସଂଗଠନ(ଏସସିଓ) ଶିଖର ସମ୍ମିଳଳୀ ପରେ ପୁଟିନ ଅନେକ ସମୟ ଧରି ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏସିଆର ଦୁଇ ମହାଶକ୍ତିକୁ ଦୁର୍ବଳ କରିବା ଲାଗି ଆର୍ଥିକ ଚାପ ପ୍ରୟୋଗ କରୁଥିବା ପୁଟିନ ଅଭିଯୋଗ କରିଥିଲେ। ଆମେରିକାର ଟାରିଫ ବ୍ୟବସ୍ଥା ଏହି ଦୁଇ ଦେଶକୁ ଦୁର୍ବଳ କରିବା ଲାଗି ଏକ ପ୍ରୟାସ। ଆମେରିକାକୁ ଚେତାବନୀ ଦେଇ ପୁଟିନ କହିଛନ୍ତି ଯେ, ଉପନିବେଶବାଦର ସେ ସମୟ ଚାଲିଗଲାଣି। ଟ୍ରମ୍ପଙ୍କୁ ମନେ ରଖିବାକୁ ହେବ ଯେ ସେ ରୁଷର ସହଯୋଗୀମାନଙ୍କ ସହ କଥା ହେବା ସମୟରେ କୌଣସି ଅପଶବ୍ଦ ବ୍ୟବହାର ନ କରିବା ଉଚିତ।



