www.samajalive.in
Friday, December 5, 2025
27.1 C
Bhubaneswar

ଏକ୍ସପ୍ରେସ ଟ୍ରେନରୁ ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଜିଆରପି ପୁଲିସ ଆରପିଏଫ ସହଯୋଗରେ ପୁରୀ ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସାଧାରଣ ବଗିରୁ ମଧ୍ୟପ୍ରଦେଶ ରାଜ୍ୟର ଜଣେ ଯୁବକ ଠାରୁ ଗଞ୍ଜେଇ ଜବତ କରିବା ସହ ଯୁବକକୁ ରେଳବାଇ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି। ପ୍ରାପ୍ତ ସୂଚନା ମତେ କୌଣସି ସୂତ୍ରରୁ ଖବର ପାଇଁ ଜିଆରପି ପୁଲିସ ଯୁବକ ଜଣକ ଟିଟିଲାଗଡ ଷ୍ଟେସନରୁ ଅହମଦାବାଦ ଏକ୍ସପ୍ରେସ ଟ୍ରେନରେ ଏକ ଟ୍ରଲିବାଗ ଓ ହାଣ୍ଡ ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଯୁବକକୁ କଣ୍ଟାବାଞ୍ଜି ଷ୍ଟେସନରେ ଅଟକାଇ ଯାଞ୍ଚ ପରେ ଗଞ୍ଜେଇ ପାଇ ଥିଲେ। ଯୁବକ ହେଉଛନ୍ତି ମଧ୍ୟପ୍ରଦେଶ ରାଜ୍ୟ ବୈଶା ବାଦ ଥାନା ଖଇରା ଗାଁ, ଜିଲ୍ଲା ଦାମୋହର ମନୋଜ କୁମାର(୨୮) ବୋଲି ଜିଆରପି ଅଧିକାରୀ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ରାଉତ ଓ ଟିଟିଲାଗଡ ଜିଆରପି ଥାନା ଭାରପ୍ରାପ୍ତ ଅଧିକାରୀ ବିନୟ କୁମାର ଭୋଇଙ୍କ ଉପସ୍ଥିତରେ ଟ୍ରଲି ବ୍ୟାଗ ଓ ହ୍ୟାଣ୍ଡ ବ୍ୟାଗ ଖୋଲିବା ପରେ ୧୧ କେଜି. ୧୧୦ଗ୍ରାମ ଗଞ୍ଜେଇ ଜବତ କରିଛି ଜିଆରପି ପୁଲିସ। ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି କୋର୍ଟରେ ମାଜିଷ୍ଟ୍ରେଟ ନିକଟରେ ହାଜର କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ମିଳିତ ଟିମରେ ଅନ୍ୟମାନଙ୍କ ମଧ୍ୟରେ କନେଷ୍ଟବଳ ମନୋଜ ଏକ୍କା, ବାସନ୍ତୀ ମହନ୍ତ, ବିଜୟ କୁମାର ମହନ୍ତ ପ୍ରମୁଖ ସାମିଲ ଥିଲେ।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories