ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ପରି ବାସ୍ତୁ ଶାସ୍ତ୍ରର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି । କୁହାଯାଏ ଯେ ଯେଉଁ ବ୍ୟକ୍ତି ବାସ୍ତୁର ପ୍ରତ୍ୟେକ ନୀତିକୁ ମାନି ଘର ତିଆରି କରନ୍ତି, ସେମାନଙ୍କ ଘରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ । ଏହା ବ୍ୟତୀତ ଏହା କେବେ ବାସ୍ତୁଗତ କ୍ଷତି କରେ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାଜସଜା ଓ ଫଟୋ ଚିତ୍ର ଲଗାଯାଇଥାଏ । ଘରମାନଙ୍କରେ ପ୍ରାୟ ଦେବାଦେବୀଙ୍କ ଫଟୋ ଲଗାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ରୋଷଇ ଘରେ କେଉଁ ଦେବାଦେବୀଙ୍କ ଫଟୋ କିପରି ଲଗାଇଲେ ତାହା ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଆଣିଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଯଦି ଦେବୀଙ୍କ ଫଟୋ ଲଗାଯାଏ ତେବେ ଏହା ସୌଭାଗ୍ୟ ଆଣିବା ସହ ଘରେ କେବେ କୌଣସି ଜିନିଷର ଅଭାବ ରହିବ ନାହିଁ ।
ବାସ୍ତୁ ଶାସ୍ତ୍ର ନିୟମ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକତା ବୃଦ୍ଧି ପାଏ ଏବଂ ଆପଣଙ୍କୁ ପ୍ରଗତି କରିବାରେ ସାହାଯ୍ୟ କରେ । ଘରର ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ଫଟୋ ରଖିବା ଅତ୍ୟନ୍ତ ଶୁଭଦାୟକ । ଏହାଦ୍ୱାରା ଆଖପାଖର ପରିବେଶ ସର୍ବଦା ସକାରାତ୍ମକ ରହିବା ସହ ଘରେ ସର୍ବଦା ସୁଖ ଏବଂ ଶାନ୍ତି ରହିଥାଏ ।



