www.samajalive.in
Tuesday, December 9, 2025
16.1 C
Bhubaneswar

ଗୁକେଶଙ୍କଠୁ ହାର ସହ୍ୟ କରିପାରିଲେନି ଅଭିଜ୍ଞ କାର୍ଲସେନ: ରାଗରେ କଲେ ଏମିତି, ପରେ ମାଗିଲେ କ୍ଷମା

ଷ୍ଟାଭେଞ୍ଜର(ନର୍‌ଓ୍ବେ): ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚମ୍ପିଆନ ଭାରତର ଡି ଗୁକେଶ ଅଭିଜ୍ଞ ଚେସ୍ ଖେଳାଳି ମ୍ୟାଗନସ୍ କାର୍ଲସେନଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ବିଜୟରେ ଗୁକେଶ ବହୁତ ଖୁସି ଦେଖାଯାଉଥିଲେ, କିନ୍ତୁ କାର୍ଲସେନ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ନିଜ ଦେଶରେ ଗୁକେଶଙ୍କଠାରୁ ପରାଜୟକୁ ସହ୍ୟ କରିପାରିଲେ ନାହିଁ। ପରାଜୟ ପରେ କାର୍ଲସେନ ଚେସ୍ ବୋର୍ଡ ରଖାଯାଇଥିବା ଟେବୁଲ ଉପରେ ତାଙ୍କ ହାତକୁ ଜୋରରେ ପିଟିଥିଲେ। ସେ ହାତ ପିଟିବା ଦ୍ଵାରା ପୂରା ଚେସ୍ ବୋର୍ଡ ଥରି ଉଠିଥିଲା।


ଏହାପରେ କାର୍ଲସେନ ତାଙ୍କ ଚୌକିରୁ ଉଠି ନିଜର କ୍ରୋଧ ପ୍ରକାଶ କରିଥିଲେ ଏବଂ ପରେ ଗୁକେଶଙ୍କୁ କ୍ଷମା ମାଗି ଚେସ୍ ବୋର୍ଡ ନିକଟକୁ ଆସିଥିଲେ। ତା’ପରେ ସେ ଚେସ୍‌ର ଗୋଟିଗୁଡ଼ିକୁ ସଜାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନିରାଶାରେ ସେ ସେଗୁଡ଼ିକୁ ମଧ୍ୟ ଫୋପାଡ଼ି ଦେଇଥିଲେ। ଅନ୍ୟପକ୍ଷରେ ଗୁକେଶ ତାଙ୍କ ବିଜୟ ପରେ ନୀରବରେ ଉତ୍ସବ ପାଳନ କରିଥିଲେ। ସେ ବିଶ୍ୱାସ କରିପାରିନଥିଲେ ଯେ ତାଙ୍କ ପରିଶ୍ରମ ସଫଳ ହୋଇଛି। କିଛି ସମୟ ପରେ କାର୍ଲସେନ ଶୀଘ୍ର ହଲ୍ ବାହାରକୁ ଚାଲିଗଲେ। ସେ ଗୁକେଶଙ୍କ ପିଠି ମଧ୍ୟ ଥାପୁଡ଼ାଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି। ସେଠାରେ ଉପସ୍ଥିତ ସବୁ ଲୋକମାନେ ଗୁକେଶଙ୍କ ପାଇଁ ତାଳି ବଜାଇଥିଲେ।

- Advertisement -

ସୂଚନାଯୋଗ୍ୟ,  ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟର ୨୦୨୫ ସଂସ୍କରଣ ଷ୍ଟାଭେଞ୍ଜରରେ ମେ’ ୨୬ରୁ ଆରମ୍ଭ ହୋଇଛି, ଯାହା ଜୁନ୍ ୬ ପର୍ଯ୍ୟନ୍ତ ଚାଲିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories