www.samajalive.in
Sunday, December 14, 2025
16.1 C
Bhubaneswar

ପୋଲେରୁ ଠାରେ ଆରମ୍ଭ ହେବ ‘ପୁଷ୍ପା ୨’ ଚଳଚ୍ଚିତ୍ରର ସୁଟିଂ, ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିଲେ ଚଳଚିତ୍ର ନିର୍ମାଣକାରୀ ଦଳ

ମାଲକାନଗିରି: ଦକ୍ଷିଣ ଭାରତର ସୁପର ହିଟ ଚଳଚିତ୍ର ‘ପୁଷ୍ପା’ର ପ୍ରଥମ ଭାଗ ସଫଳତା ପରେ ‘ପୁଷ୍ପା’ ଚଳଚିତ୍ର ୨ୟ ଭାଗର କିଛି ଅଂଶ ମାଲକାନଗିରି ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଖୁବ ଶୀଘ୍ର ସୁଟିଂ ହେବାକୁ ଯାଉଛି। ପ୍ରଥମେ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡା, ଥରାବୁ ଜଳପ୍ରପାତଠାରେ ହେବା ପାଇଁ ଗତ ମାସରେ ମୈତ୍ରୀ ମୁଭିମେକର ଟିମ ସେଠାରେ ପହଞ୍ଚି ସ୍ଥାନ ପରିଦର୍ଶନ କରିଥିଲେ। ପୁଣି ଆଜି ଚଳଚିତ୍ର ନିର୍ମାଣକାରୀ ସଂସ୍ଥା ଏକ ସ୍ୱତନ୍ତ୍ର ଟିମ ମାଲକାନଗିରି ଜିଲା କାଲିମେଳା ବ୍ଲକସ୍ଥ ମଣ୍ୟମକୋଣ୍ଡା ପଞ୍ଚାୟତ ବଡ଼ଯାତ୍ରାଙ୍କ ସ୍ନାନ ସ୍ଥଳ ପୋଲେରୁଠାରେ ପହଞ୍ଚି ସ୍ଥିତି ପରଖିଛନ୍ତି।

ମାଲକାନଗିରି ଜିଲାରେ ସୁଟିଂ ହେବ ଦକ୍ଷିଣ ଭାରତର ସୁପର ହିଟ ସିନେମା ‘ପୁଷ୍ପା ପାର୍ଟ-୨’ । ହେଲେ ଏହାର ସୁଟିଂ ମାଲକାନଗିରି ଜିଲାର ମାଲକାନଗିରି ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ହେବ ବୋଲି ଜଣାପଡିଛି । ଯେଉଁଥି ପାଇଁ ସିନେମାର ନିର୍ଦେଶକ ସୁମର, ସହାୟକ ନିର୍ଦେଶକ ଏମ ପ୍ରସାଦ ଓ କେମେରାମେନ କିଉବାଙ୍କ ସହ ମୈତ୍ରୀ ସିନେମା ପ୍ରଡକସନ ସଂସ୍ଥାର ଏକ ଟିମ ମାଲକାନଗିରି ଜିଲାର ପୋଲେରୁ ଓ ଆନ୍ଧ୍ରପ୍ରଦେଶ ମୋତୁଗୁଡେମ ଅଞ୍ଚଳ ବୁଲି ଅନେକ ସ୍ଥାନ ଚିହ୍ନଟ କରିଛନ୍ତି ।

- Advertisement -

ପୋଲେରୁ ଗ୍ରାମବାସୀଙ୍କୁ ନେଇ କିଛି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବାର ଜଣା ପଡ଼ିଛି। ଆସନ୍ତା ୮ ତାରିଖରୁ ସିଲେରୁ ନଦୀ ପୋଲେରୁ ଘାଟ ଓ ମୋତେଗୁଡ଼ମ ତାଡ଼କାରେଉ ଠାରେ ପୁଷ୍ପା-୨ଭାଗର ସୁଟିଂ ଆରମ୍ଭ ହେବ ବୋଲି ମୈତ୍ରୀ ମୁଭି ମେକର ସଂସ୍ଥା ତରଫରୁ କୁହାଯାଇଛି । ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ ଓ ୪ ରୁ ୫ଦିନ ପର୍ୟ୍ୟନ୍ତ ଏଠାରେ ସୁଟିଂ କରାଯିବ ବୋଲି ଜଣାପଡିଛି। ଏଥି ନିମନ୍ତେ ଜିଲା ପ୍ରଶାସନ ଠାରୁ ଅନୁମତି ଲୋଡ଼ିବେ ବୋଲି ଜଣା ପଡିଛି । ସିନେମାର ସୁଟିଂ ଦେଖିବା ଲାଗି ଏବେ ଠାରୁ ପୋଲେରୁ ଅଞ୍ଚଳରେ ଲୋକ ମାନଙ୍କର ଭିଡ ଜମିବାରେ ଲାଗିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories