www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ଉତ୍ସବ ; ଶ୍ରୀନଅରରେ ଗଜପତି ମହାରାଜା କରିବେ ଆଚାର୍ଯ୍ୟ ବରଣ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ଉତ୍ସବ ଲାଗି ଶୁକ୍ରବାର ସନ୍ଧ୍ୟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଆଚାର୍ଯ୍ୟ ବରଣ କରିବେ। ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ। ଶନିବାର ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଯଜ୍ଞ, ଅଧିବାସ, ମଣ୍ଡଳସ୍ଥାପନ,ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡଦୀପ ସ୍ଥାପନ ସହ ସନ୍ଧ୍ୟା ୬ଟା ମଧ୍ୟରେ ପଞ୍ଚକର୍ମ ଶେଷ ହେବ। ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦପାରାୟଣ, ନାମ ସଂକୀର୍ତ୍ତନ, ଆରତୀ ଓ ପୁଷ୍ପାଞ୍ଜଳି ହେବ। ୧୬ ତାରିଖରେ ନିର୍ଦ୍ଧାରିତ ହୋଇଥିବା ଅନ୍ୟାନ୍ୟ ପୂଜା ସମ୍ପନ୍ନ କରାଯିବ।
ସୂଚନା ଯୋଗ୍ୟ,ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ନିଳାଦ୍ରୀ ଭକ୍ତ ନିବାସରେ ହୋଇଥିବା ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୭ତାରିଖ ଦିନ ୧ଟା ୧୫ମିନିଟ୍‌‌ ରୁ ୧ଟା ୩୦ ମିନିଟ୍‌‌ ମଧ୍ୟରେ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧ଟା ୩୦ରୁ ୨ଟା ମଧ୍ୟରେ ଯଜ୍ଞ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଦିନ ୨ଟାରୁ ୨ଟା ୩୦ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୨ଟା ୩୦ରୁ ୩ଟା ମଧ୍ୟରେ ସଭାସ୍ଥଳରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦିନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories