ପୁରୀ : ପୁରୀ ବଡ଼ଦାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ସଚେତନତା ଅଭିଯାନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ଲାକାର୍ଡ ଦେଖାଇ ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ସଚେତନ କଲେ ବରିଷ୍ଠ ଅଧିକାରୀ ଏବଂ ଛାତ୍ରଛାତ୍ରୀ। ୧୦୦ ପ୍ରତିଶତ ମତଦାନ ପାଇଁ ପରାମର୍ଶ ଦିଆଯାଇଛି। ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ସହକାରୀ ଜିଲ୍ଲାପାଳ ରାକେଶ କୁମାର ପଣ୍ଡା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
Popular Categories



