www.samajalive.in
Saturday, December 6, 2025
26.1 C
Bhubaneswar

ମହାପ୍ରଭୁଙ୍କ କରୁଣାରେ ସୁସ୍ଥ ହେଉଛି ରୋଗିଣା ପୁଅ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ଆଗରେ ପୁଣି ଥରେ ଚିକିତ୍ସା ବିଜ୍ଞାନ ବିଫଳ ହୋଇଛି। ରଖେ ହରି ତ ମାରେ କିଏ ବୋଲି ଜଣେ ବାପା ନିଜ ଅସୁସ୍ଥ ପୁଅକୁ ଧରି ଶ୍ରୀମନ୍ଦିର ସାମ୍ନାରେ ଶନିବାର ଭାବବିହ୍ବଳ ହୋଇ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କ ପୁଅ ଧୀରେ ଧୀରେ ସୁସ୍ଥ ହେଉଛି। ଯେଉଁ ଅସୁସ୍ଥ ପୁଅର ଗୋଡ଼ ହାତ ଚାଲୁ ନଥିଲା, ବର୍ତ୍ତମାନ ଗୋଡ଼ ହାତ ଚାଲିବା ସହ କଥା ମଧ୍ୟ ଶୁଣୁଛି ବୋଲି ତା’ର ବାପା ସିଂହଦ୍ବାର ନିକଟରେ କହିଛନ୍ତି।

ପ୍ରକାଶଯୋଗ୍ୟ, ନିଜ ପୁଅର ଅସୁସ୍ଥତା ନେଇ ସବୁଠାରୁ ନିରାଶ ହେବା ପରେ ଚଳିତ ମାସ ୮ ତାରିଖ ସକାଳେ ସେ ଶ୍ରୀଜଗନ୍ନାଥଙ୍କ ଦ୍ବାରସ୍ଥ ହୋଇଥିଲେ। ରୋଗିଣା ପୁଅକୁ ଧରି ବାପା ପ୍ରଥମେ ସିଂହଦ୍ବାରରେ ପ୍ରବେଶ ପରେ ପତିତପାବନ ଏବଂ ‌େ‌ଶଷରେ ମହାପ୍ରଭୁଙ୍କ ପାଟ ଅଗଣାରେ ସମର୍ପି ଦେଇଥିଲେ। ଲୁହରେ ଭିଜିଥିଲା ଶ୍ରୀମନ୍ଦିର ସିଂହଦ୍ବାର ଏବଂ ପତିତପାବନ ଗୁମୁଟ। ଡାକ୍ତର ମନା କରିବା ପରେ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଅ ପାଇଁ ଆଶ୍ରୟ ମାଗିଥିଲେ। ଠିକ୍‌ ୧୪ ଦିନ ପରେ ଶନିବାର ପୁଅକୁ ଧରି ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories