www.samajalive.in
Monday, December 8, 2025
14.1 C
Bhubaneswar

ଗଞ୍ଜେଇ ଚାଲାଣ, ୨ଗିରଫ

ପୁରୀ:ରେଳ ଯୋଗେ ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ରେଳବାଇ ଥାନା ପୁଲିସ ଚଢଉ କରି ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଦ୍ବୟ ବିହାର ଅଞ୍ଚଳର ବୋଲି ଜଣାପଡିଛି । ରବିବାର ୨ଜଣ ଯୁବକ ବ୍ୟାଗ ଧରି ସନ୍ଦେହଜନକ ଅବସ୍ଥାରେ ପ୍ଲାଟଫର୍ମ ଶୌଚାଳୟ ନିକଟରେ ବୁଲୁଥିଲେ ।

ଖବର ପାଇ ରେଳବାଇ ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତିଙ୍କ ନେତୃତ୍ବରେ ଏକ ପୁଲିସଦଳ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ବ୍ୟାଗ ଯାଞ୍ଚବେଳେ ସେଥିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ରେଳବାଇ ପୁଳି ପୁଲିସ ଏନଡିପିଏସ ମାମଲାରେ ବିହାର ପାଟଣା ସିକନ୍ଦ୍ର ଅଞ୍ଚଳର ଛୋଟୁ କୁମାର(୧୯) ଓ ଭୋଜପୁର ବୋଟାସି ଅଞ୍ଚଳର ବିକୁ କୁମାର(୨୦)ଙ୍କୁ ଗିରଫ କରିଛି।

- Advertisement -

ଅଭିଯୁକ୍ତଦ୍ବୟ ନିଳାଚଳ ଏକ୍ସପ୍ରେସ ଯୋଗେ ଗଞ୍ଜେଇ ନେଇ ଟାଟା ଯିବା ପାଇଁ ଉଦ୍ଯମ କରୁଥିଲେ। ସେମାନଙ୍କ ଠାରୁ ୨ଟି ରେଳ ଟିକେଟ ପୁଲିସ ଜବତ କରିଛି। ସୂଚନାଯୋଗ୍ୟ ଦକ୍ଷିଣ ଓଡିଶାରୁ ଦୁର୍ବୃତ୍ତମାନେ ବେଆଇନ ଭାବେ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଛି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories