ଆରମ୍ଭ ହେଲା ଶ୍ରୀଜୀଉଙ୍କର ନବଯୌବନ ଦର୍ଶନ ; ଚଳଚଞ୍ଚଳ ବଡ଼ଦାଣ୍ଡ
ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ଚଳିତ ଥର ମାତ୍ର ୩ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜି ପରିମାଣିକ ଦର୍ଶନ ଲାଗି ୫ ହଜାର ଟିକେଟ୍ ବିକ୍ରି କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯେଉଁ ଭକ୍ତମାନେ ଦର୍ଶନ ବଦଳରେ ବେଢ଼ା ପରିକ୍ରମା କରିବାକୁ ଚାହୁଁଛନ୍ତି, ସେମାନେ ବେଢ଼ା ପରିକ୍ରମା କରିପାରିବେ। ଏ ନେଇ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପରିମାଣିକ ଟିକେଟ୍ କରିଥିବା ଭକ୍ତମାନେ ସକାଳ ୮ଟାରୁ ଦକ୍ଷିଣଦ୍ବାର ଦେଇ ପ୍ରଥମେ ଦର୍ଶନ ପାଇଁ ଯାଉଛନ୍ତି।
Comments are closed.