www.samajalive.in
Monday, December 8, 2025
27.1 C
Bhubaneswar

ଜମି ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ଛୁରାମାଡ ଘଟଣା: ପୁଅ ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ମୃତ

ପୁରୀ: ଜମି ବିବାଦକୁ କେନ୍ଦ୍ର କରି ବାପପୁଅକୁ ଛୁରାମାଡ ଘଟଣା। ପୁଅ ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ମୃତ , ଅନ୍ୟ ପରିବାରର ଜଣେ ଆହତ । ସୂଚନା ମୁତାବକ ବୁଧବାର ରାତିରେ ପୁରୀ ସଦର ଥାନା ଅନ୍ତର୍ଗତ ସମଗରା ଗାଁରେ  ଜମି ବିବାଦକୁ ନେଇ କିଛି ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ମୃତକ ପ୍ରକାଶ ସ୍ଵାଇଁ ବୋଲି ଜଣାପଡିଛି। ଆକ୍ରମଣରେ ପ୍ରକାଶଙ୍କ ବାପା ରବି ସ୍ଵାଇଁ ମଧ୍ୟ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ବାପା ରବି ସ୍ଵାଇଁଙ୍କର ମୃତ୍ୟୁ ଘଟିଛି। ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ ହୋଇଥିବା ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories