ସମାଜ ଡିଜିଟାଲ ଡେସ୍କ: ରଥଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିରରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରାଯାଇଛି । ୨୯/୬/୨୫ ରଥଯାତ୍ରା ଦିନ ଦଳାଚକଟା ହୋଇଥିଲା । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରାଯାଇଛି । ୭ପୁଲିସ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରାଯାଇଛି । ୭ଜଣ ପୁଲିସ କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ସେମାନେ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଡିସିପି ବିଷ୍ଣୁପ୍ରସାଦ ପତିଳ କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, ଡିଏସପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ ଦାୟୀ ବୋଲି ଦର୍ଶାଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୁଲିସକୁ ଏନେଇ ଚିଠି ଲେଖିଛନ୍ତି ।
Popular Categories



