ନୂଆଦିଲ୍ଲୀ: ଆନ୍ତର୍ଜାତିକ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ୍ ଆକସନ୍ ଟାସ୍କ୍ ଫୋର୍ସ (ଏଫ୍ଏଟିଏଫ୍) ପକ୍ଷରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ପୂର୍ବରୁ ୨୭ଟି ସର୍ତ୍ତ ପୂରଣ କରିବାକୁ କହିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ପ୍ରୋତ୍ସାହନ ଦେବାକୁ ବିରୋଧ କରି ଏଫ୍ଏଟିଏଫ୍.ର ସଦସ୍ୟମାନେ ପାକିସ୍ତାନକୁ ଧୂସର ଶ୍ରେଣୀରେ ରଖିଛନ୍ତି। ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ଫେବୃୟାରୀ ୧୪ ତାରିଖ ଦିନ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ସନ୍ତ୍ରାସବାଦୀ ଆକ୍ରମଣରେ ୪୦ଜଣ ସୁରକ୍ଷା ଯବାନଙ୍କ ମୃତ୍ୟୁ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଯଦି ୨୦୧୯ ଅକ୍ଟୋବର ସୁଦ୍ଧା ପାକିସ୍ତାନ ସର୍ତ୍ତ ପୂରଣ ନ କରେ ତାକୁ କଳା ତାଲିକାଭୁକ୍ତ କରାଯିବ। ଏଫ୍ଏଟିଏଫ୍ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ଜୈସ୍-ଇ-ମହମ୍ମଦ ଓ ଲସ୍କର-ଏ-ତଏବା ଭଳି ଉଗ୍ରବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣକୁ ନେଇ ପାକିସ୍ତାନ ଏପର୍ୟ୍ୟନ୍ତ ନିଜର ସଠିକ୍ ଆଭିମୁଖ୍ୟ ପ୍ରକାଶ କରିବାରେ ଅସମର୍ଥ ରହିଛି। ପାକିସ୍ତାନ ଏହାର ଅପରାଗତା ଦୂର କରିବା ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ୍ ବୋଲି ଏହି ପ୍ୟାରିସ୍ ଭିତ୍ତିକ ସଂସ୍ଥା ଏଫ୍ଏଟିଏଫ୍. କହିଛି।
କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ – ୨୭ଟି ସର୍ତ୍ତ ରଖିଲା ଏଫ୍ଏଟିଏଫ୍
Popular Categories



