www.samajalive.in
Tuesday, December 9, 2025
16.1 C
Bhubaneswar

ଖୁଣ୍ଟାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ମିନିଷ୍ଟାଡିୟମ ଖେଳ ପଡିଆରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାକୃତିକ ଗ୍ୟାସ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଜ୍ଜ୍ୱଳା ଯୋଜନାର ଅନ୍ୟାନ୍ୟ ଅଞ୍ଚଳର ଲାଭାର୍ଥୀଙ୍କ ସହିତ ଭିଡିଓ ମାଧ୍ୟମରେ ସିଧାସଳଖ ବାର୍ତ୍ତାଳାପକୁ ଜୀବନ୍ତ ପ୍ରସାରଣ କରା ଯାଇଥିଲା। କାର୍ଯ୍ୟକ୍ରମରେ ଖୁଣ୍ଟା ବ୍ଲକ ଓ ଗୋପବନ୍ଧୁ ନଗର ବ୍ଲକର ଉଜ୍ଜ୍ୱଳା ଗ୍ୟାସ ପାଇଥିବା ବହୁ ମହିଳା ଓ ଉଜ୍ଜ୍ୱଳା ଦିଦି ମାନେ ଉପସ୍ଥିତ ଥିଲେ। ଗ୍ୟାସ ବ୍ୟବହାର ଫଳରେ ଚୂଲି ବ୍ୟବହାର ଜନିତ ଜାଳ କାଠ ଓ ଧୁଆଁ ଆଦି ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ସହ ସେମାନଙ୍କର ମୂଲ୍ୟବାନ ସମୟର ସଦଉପଯୋଗ ହୋଇପାରିଥିବା ଉପସ୍ଥିତ ଲାଭାର୍ଥୀ ମହିଳା ମାନେ ନିଜର ଅନୁଭୁତି ବାବଦରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିପିସିଏଲ ଖୋର୍ଦ୍ଧା ପ୍ଲାଣ୍ଟର ଅପରେସନ ମ୍ୟାନେଜର ଆଲୋଇସ କୁଜୁର, ଦୁଇ ପୂର୍ବତନ ବିଧାୟକ ଭାସ୍କର ମଢେଇ ଓ କାନ୍ଦ୍ରା ସୋରେନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ବିତରକ ମାନଙ୍କ ମଧ୍ୟରେ ହରିଶ ବେହେରା, ଅଞ୍ଜନ ବେହେରା ଓ ଭବାନୀ ମହଲା, ବ୍ଲକ ସଂଯୋଜକ ମାନଙ୍କ ମଧ୍ୟରେ ହିମାଂଶୁ ଶେଖର ବେହେରା ଓ ସମ୍ପୂର୍ଣ୍ଣ ହେମ୍ବ୍ରମ ଉପସ୍ଥିତ ରହି ଗ୍ୟାସର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ମହିଳା ମାନଙ୍କୁ ବୁଝାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories