ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି। ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଜେଲ ଉପରେ ଡ୍ରୋନ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ତାଙ୍କୁ ଜେଲରୁ ମୁକୁଳାଇବାକୁ ଦାବି କରିଛି ତାଙ୍କ ଦଳ। ଏଥିପାଇଁ ଦଳ ପକ୍ଷରୁ ଶୁକ୍ରବାର ଏକ କୋର୍ଟରେ ପିଟିସନ ଦାୟର କରାଯାଇଛି।
ଇମ୍ରାନଙ୍କ ଦଳ ପିଟିଆଇ(ପାକିସ୍ତାନ ତେହରୀକ-ଇ-ଇନସାଫ) କହିଛି ଯେ, ଦଳର ଖାଇବର ପଖତୁନଖଓ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡପୁର ଇସଲାମାବାଦ ହାଇକୋର୍ଟରେ ପିଟିସନ ଫାଇଲ କରିଛନ୍ତି। ଦଳର ପ୍ରତିଷ୍ଠାତା ଇମ୍ରାନଙ୍କୁ ଜେଲରୁ ମୁକ୍ତ କରିବା ଲାଗି ସେ ପିଟିସନରେ ଦାବି କରିଛନ୍ତି। ବର୍ତ୍ତମାର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲରୁ ବାହାର କରିବାକୁ ଆବେଦନ କରାଯାଇଛି। ତେବେ ଏହାର ଶୁଣାଣି ପାଇଁ ବର୍ତ୍ତମାନ ସୁଦ୍ଧା କୋର୍ଟ ଦିନ ଧାର୍ଯ୍ୟ କରିନାହାନ୍ତି।



