www.samajalive.in
Tuesday, December 9, 2025
15.1 C
Bhubaneswar

ଆସିଲା ନୂଆ ଇ-ସ୍କୁଟର, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଯଦି ଆପଣ କମ୍ ଦାମରେ ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ Odysse ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ନେଇଆସିଛି । ଏହାର ନୂଆ ଇ-ସ୍କୁଟର HyFy ମାତ୍ର ୪୨ ହଜାର ଟଙ୍କାରେ ବଜାରକୁ ଆସିଯାଇଛି । ହାଇଫାଇ ଖାସ୍ କରି ସହରରେ ପ୍ରତିଦିନ ଯାତ୍ରା କରୁଥିବା ଲୋକଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ସର୍ବାଧିକ ସ୍ପିଡ ଘଣ୍ଟାପ୍ରତି ୨୫ କିଲୋମିଟର । ଅର୍ଥାତ୍ ଏଥିରେ ଆରଟିଓ ଚିନ୍ତାରୁ ମୁକ୍ତି ମିଳିବ । ଏହାକୁ ଥରେ ଚାର୍ଜ କଲେ ୭୦ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ।

ଏଥିରେ ୨୫୦ ଓ୍ବାଟର ମୋଟର ପାଓ୍ବର ଦିଆଯାଇଛି । ୪୮ ଭୋଲ୍ଟ ବା ୬୦ ଭୋଲ୍ଟର ବ୍ୟାଟେରୀ ପ୍ୟାକ୍ ଏଥିରେ ମିଳିବ । ୪ ଘଣ୍ଟାରୁ ୮ ଘଣ୍ଟା ମଧ୍ୟରେ ଏହା ଫୁଲ୍ ଚାର୍ଜ ହୋଇପାରିବ । ଏଥିରେ କି-ଲେସ୍ ଷ୍ଟାର୍ଟ ଓ ଷ୍ଟପ୍ ବଟନ ମିଳେ । ସ୍କୁଟରରେ ସିଟି ରାଇଡ୍, ରିଭର୍ସ ଓ ପାର୍କିଂ ଭଳି ମୋଡ୍ ମିଳିଥାଏ । ଏପରିକି ଏଥିରେ କ୍ରୁଜ୍ କଣ୍ଟ୍ରୋଲ ସୁବିଧା ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ ଏଲଇଡି ଡିଜିଟାଲ ମିଟର ଦିଆଯାଇଛି ଯେଉଁଠି ସମସ୍ତ ସୂଚନା ମିଳିଥାଏ ।

- Advertisement -

ଏହାକୁ ବ୍ଲୁ, ସିଲଭର, ବ୍ଲାକ୍, ରେଡ୍ ଓ ଗ୍ରୀନ କଲରରେ କିଣିପାରିବେ ଗ୍ରାହକ । ଆସନ୍ତାକାଲି ଅର୍ଥାତ୍ ମେ ୧୦ରୁ ଏହାର ବିକ୍ରି ଆରମ୍ଭ ହେବ । ଗ୍ରାହକ  ଡିଲରସିପ ନେଟଓ୍ବର୍କ ଏବଂ ଇ-କମର୍ସ ପ୍ଲାଟଫର୍ମରୁ ଏହାକୁ ବୁକ୍ କରିପାରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories