ପାଟଣା : ପାଟଣାରେ ପ୍ରସ୍ତାବିତ ବସ ରହଣି ସ୍ଥଳ ପରିଦର୍ଶନ କରିଛନ୍ତି ବିଧାୟକ । କେନ୍ଦୁଝର ପାଟଣା ତହସିଲ ଅନ୍ତର୍ଗତ ଦୁର୍ଗାଦେଇପୁରର ବୈତରଣୀ ନଦୀ କୂଳରେ ୩ ଏକର ପରିମିତ ସ୍ଥାନରେ ପ୍ରସ୍ତାବିତ ବସ ରହଣି ସ୍ଥଳ ପାଇଁ ଯାଗା ତୁରନ୍ତ ଚିହ୍ନଟ କରିବା ପାଇଁ ବିଧାୟକ ପାଟଣା ତହସିଲଦାଙ୍କୁ କହିଥିଲେ। ଏହି ବସ ରହଣି ସ୍ଥଳଟି ୧ କୋଟି ୨୫ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ବିଧାୟକ ସୂଚନା ଦେଇଛନ୍ତି। ବିଧାୟକ ଜଗନ୍ନାଥ ନାଏକଙ୍କ ସହ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ଖଗେଶ୍ୱର ବାରିକ, ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ସମାଜସେବୀ ଅଜୟ କୁମାର ଦାଶ, ସ୍ବାମପାଟଣା ସାମ୍ବାଦିକ ସଂଘର ସଂପାଦକ ବିଜୟରତ୍ନ ପତି, ଯୁଗଳ କିଶୋର ଦାଶ, ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ଭଞ୍ଜଦେଓ, ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ ପ୍ରମୁଖ ପ୍ରସ୍ତାବିତ ବସ ରହଣି ସ୍ଥଳର ପରିଦର୍ଶନ କରିଥିଲେ।
Popular Categories



