www.samajalive.in
Monday, December 8, 2025
27.1 C
Bhubaneswar

ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି କେତେ?

ୱାସିଂଟନ: ଆମେରିକାର ଡେମୋକ୍ରାଟିକ୍ ପାର୍ଟିର କମଳା ହାରିସ୍ଙଙ୍କୁ ନିର୍ବାଚନରେ ହରାଇ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ହ୍ବାଇଟ୍ ହାଉସରେ ତାଙ୍କର ଦ୍ବିତୀୟ ପାଳି ଶାସନ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ସର୍ବୋଚ୍ଚ କ୍ଷମତାର ଅଧିକାରୀ ଆମେରିକାର ପୂର୍ବତନ ଓ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ନିକଟରେ କେତେ ଧନ ରହିଛି ସେନେଇ ସମସ୍ତଙ୍କର ଉତ୍କଣ୍ଠା ରହିଛି। ୬୪୯ କୋଟି ଡଲାର ସମ୍ପତ୍ତି ସହ ଟ୍ରମ୍ପ ଏପର୍ଯ୍ୟନ୍ତ ସବୁଠାରୁ ଧନୀ ପୂର୍ବତନ ରାଷ୍ଟ୍ରପତିଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ଚଳିତବର୍ଷ ଟ୍ରମ୍ପଙ୍କ ସମ୍ପତ୍ତି ୩୪୦ କୋଟି ଡଲାର ବଢ଼ିଛି, ଯାହା ୧୧୦ ପ୍ରତିଶତ ଅଧିକ।

ଆମେରିକା ରାଷ୍ଟ୍ରପତିଙ୍କ ଦରମା ବାର୍ଷିକ ୪ ଲକ୍ଷ ଡଲାର। ସେପ୍ଟେମ୍ବର ଶେଷ ସୁଦ୍ଧା ଟ୍ରମ୍ପଙ୍କ ନିକଟରେ ୩୯୦ କୋଟି ଡଲାର ଥିବାବେଳେ ନିର୍ବାଚନ ଦିନ ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ଦୁଇଗୁଣ ବଢ଼ି ୮ ଶହ କୋଟି ଡଲାରକୁ ବୃଦ୍ଧି ପାଇଥିଲା। ରାଜନୀତି ବୃତ୍ତି ଛଡ଼ା ତାଙ୍କର ଅଧିକାଂଶ ସମ୍ପତ୍ତି ରିୟଲ ଇଷ୍ଟେଟରୁ ଆସିଥାଏ। ୨୦୨୪ ଜୁଲାଇରେ ରାଷ୍ଟ୍ରପତି ବାଇଡେନ୍ ନିର୍ବାଚନ ଦୌଡ଼ରୁ ଓହରିଯିବା ପରେ ତାଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି। ୨୦୨୪ ଫୋର୍ବସ୍ ତାଲିକାରେ ‘ଆମେରିକାର ୪୦୦ ଧନୀ ବ୍ୟକ୍ତି’ଙ୍କ ମଧ୍ୟରେ ଟ୍ରମ୍ପ ୩୧୯ତମ ସ୍ଥାନରେ ରହିଥିଲେ।

- Advertisement -

ତେବେ ଟ୍ରମ୍ପଙ୍କ ବିଜୟ ପରେ ତାଙ୍କୁ ସହଯୋଗ କରିଥିବା ଟେସ୍ଲା ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି ପରିମାଣ ୩୦.୪ ହଜାର କୋଟି ଡଲାରରେ ପହଞ୍ଚିଛି। ଟ୍ରମ୍ପଙ୍କ ବିଜୟ ପରେ ଟେସ୍ଲା ଅଂଶଧନରେ ୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ମସ୍କ ବର୍ତ୍ତମାନ ବିଶ୍ବରେ ୩୦ ହଜାର କୋଟି ଡଲାରରୁ ଅଧିକ ସମ୍ପତ୍ତି ଥିବା ଏକମାତ୍ର ବ୍ୟକ୍ତି ହୋଇପାରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories