www.samajalive.in
Monday, December 8, 2025
14.1 C
Bhubaneswar

ଅର୍କ କୁମାର ଦାସ ମହାପାତ୍ର ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ଆଜି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ସମ୍ବଲପୁର ବିଶ୍ଵବିଦ୍ୟାଳୟ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବିଭାଗର ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି। ଏବେ ସମ୍ବଲପୁର ୟୁନିଭର୍ସିଟି ବିଜିନେସ୍‌ ଆଡମିନିଷ୍ଟ୍ରେସନ ବିଭାଗରେ ପ୍ରଫେସର ଭାବେ ସେ କାର୍ଯ୍ୟ କରୁଛନ୍ତି।

- Advertisement -

ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗରୁ ଏମ୍‌କମ୍‌ରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେହିପରି ସେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ଫାଇନାନ୍ସରେ କରିଥିବାବେଳେ ମ୍ୟାନେଜ୍‌ମେଣ୍ଟ୍‌ରେ ଡିଲିଟ୍‌ ଉପାଧି ପାଇଛନ୍ତି। ଅହମ୍ମଦାବାଦ ଆଇଆଇଏମ୍‌ରୁ ଏଫ୍‌ଡିପିଏମ୍‌ ସହ ଏଲ୍‌ଏଲ୍‌ବି ଯୋଗ୍ୟତା ହାସଲ କରିଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ୩୧ ବର୍ଷର ଅଭିଜ୍ଞତା ରହିଥିବା ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କ ଅଧୀନରେ ୧୬ଜଣ ପିଏଚ୍‌ଡି ଡିଗ୍ରୀ ପାଇଛନ୍ତି। ଲଣ୍ଡନ, ପ୍ୟାରିସ ଓ ଟୋକିଓରେ ଅଭିଭାଷଣ ରଖି ପ୍ରଶଂସିତ ହୋଇଥିବା ପ୍ରଫେସର ଅର୍କକୁମାର ଦାସ ମହାପାତ୍ର ୭ଟି ବହି ଲେଖିଛନ୍ତି ଏବଂ ତାଙ୍କର ୧୧୨ଟି ଜର୍ଣ୍ଣାଲ୍‌ରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ଆଇଆଇଏମ୍‌ ଅହମ୍ମଦାବାଦ ଏବଂ ଆଇଆଇଏମ୍‌ କଲକାତାରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଲାଭ କରିଥିବା ପ୍ରଫେସର ଦାସମହାପାତ୍ରଙ୍କ ୮ଟି ପ୍ୟାଟେଣ୍ଟ ରହିଛି। ଏଆଇସିଟିଇ ଏବଂ ଆଇସିଏସ୍‌ଏସ୍‌ଆର୍‌ ବିଶେଷଜ୍ଞ ରହିଥିବା ପ୍ରଫେସର ଅର୍କକୁମାର ଦାସମହପାତ୍ର ସମ୍ବଲପୁର ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ କୁଳପତି, ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍, ଏଚ୍‌ଆର୍‌ଡିସି ନିର୍ଦେଶକ, ଡିଡିସି ନିର୍ଦେଶକ, ବିତ୍ତ ନିୟନ୍ତ୍ରକ, ସିନେଟ୍‌ ଓ ସିଣ୍ଡିକେଟ୍‌ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories