www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ବାରାଣସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ନଭେମ୍ବର ୯ ତାରିଖରେ ଉତ୍ତର ପ୍ରଦେଶର ବାରାଣସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ ହେବ । ଏହିସବୁ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୬୧୪ କୋଟି ଟଙ୍କା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏସବୁ ପ୍ରକଳ୍ପର ହିତାଧିକାରୀଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଯେଉଁସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବ ସେଥିରେ ରହିଛି ସାରନାଥର ଲାଇଟ ଏଣ୍ଡ ସାଉଣ୍ଡ ଶୋ, ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍‌ପିଟାଲର ଉନ୍ନତୀକରଣ କାର୍ଯ୍ୟ, ସ୍ୱେରେଜ ସଂସ୍କାର ବ୍ୟବସ୍ଥା, ଗୋସୁରକ୍ଷା ଏବଂ ସଂରକ୍ଷଣ ପାଇଁ ନିର୍ମିତ ଭିତ୍ତିଭୂମି ଓ ସୁବିଧା ସୁଯୋଗ, ବହୁମୁଖୀ ବୀଜ ସଂରକ୍ଷଣ ଗୃହ, ୧୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ କୃଷିଜାତ ସାମଗ୍ରୀ ୱେୟାର ହାଉସ୍‌, ଆଇପିଡିଏସ୍‌ର ଦ୍ୱିତୀୟ ପର୍ଯ୍ୟୟ କାର୍ଯ୍ୟ, ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମର ଖେଳାଳିଙ୍କ ପାଇଁ ଆବାସିକ କମ୍ପ୍ଳେକ୍ସ, ବାରାଣସୀ ସିଟି ସ୍ମାର୍ଟ ଆଲୋକୀକରଣ ବ୍ୟବସ୍ଥା । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ ୧୦୫ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୧୦୨ଟି ଗୋରୁ ଆଶ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିବେ ।

- Advertisement -

ଏହିସବୁ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଦଶାଶ୍ୱମେଧ ଏବଂ ଖିଡିକିଆ ଘାଟର ପୁନର୍ବିକାଶ, ପିଏସ୍‌ସି ପୁଲିସ ବାହିନୀର ବାରାକ, କାଶୀର କେତେକ ୱାର୍ଡର ବିକାଶ, ବେନିଆବାଗରେ ପାର୍କର ପୁନର୍ବିକାଶ କାର୍ଯ୍ୟ, ଗିରିଜାଦେବୀ ସାଂସ୍କୃତିକ ସଂକୁଳ ବହୁମୁଖୀ ହଲ୍‌ର ବିକାଶ ତଥା ନଗରୀର ରାସ୍ତାଘାଟ ଏବଂ ପର୍ଯ୍ୟଟନସ୍ଥଳୀର ବିକାଶ ସଂପର୍କୀୟ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories