www.samajalive.in
Tuesday, December 9, 2025
17.1 C
Bhubaneswar

ମୋଦୀ ବି ଭୋଗୁଛନ୍ତି କଲ୍ ଡ୍ରପ୍ ସମସ୍ୟା

ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କଲ୍ ଡ୍ରପ୍ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ଏନେଇ ଦୂର ସଂଚାର ନିୟାମକ(ଟ୍ରାଇ)କୁ ଅବଗତ କରାଇବା ସହ କଲ ଡ୍ରପ୍ ଭଳି ସମସ୍ୟାର ସମାଧାନ ନିମନ୍ତେ ତ୍ବରିତ ପଦକ୍ଷେପ ନେବାକୁ ନିଦେର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଲ୍ ଡ୍ରପ୍ ଭଳି ସମସ୍ୟା ନେଇ ଉପଭୋକ୍ତାମାନେ ଅଭିଯୋଗ କରିବା ପରେ ଟ୍ରାଇ ବଡ ପଦକ୍ଷେପ ନେଇଥିଲା । କଲ ଡ୍ରପ୍ ସମସ୍ୟାରେ ଟେଲିକମ୍ କମ୍ପାନୀ କୌଣସି ଅର୍ଥ(ବାଲାନ୍ସ) କାଟି ପାରିବେ ନାହିଁ ବୋଲି ନିଦେର୍ଶନାମା ଜାରି ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ଏଭଳି ସମସ୍ୟାର ସମ୍ମୁଖୀନ ହେବା ପରେ ଏଥିରେ କୌଣସି ସୁଧାର ଆସୁ ନଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂରସଂଚାର ସଚ୍ଚିବ ଅରୁଣା ସୁନ୍ଦରରାଜନଙ୍କ ସହ ଆଲୋଚନା କରିଛନ୍ତି । ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟତଃ କଲ୍ ଡ୍ରପ୍ ସମସ୍ୟା ଦେଖା ଦେଉଥିବା ଜଣେ ଅଧିକାରୀଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)ରେ କଲ୍ ଡ୍ରପ୍ ସମସ୍ୟାରେ ପଡିଥିଲେ । ବିମାନ ବନ୍ଦରରୁ ମୋଦୀ ପ୍ରଶାସନିକ ଅଧିକାରୀ ଓ ସଚିବ ନିକଟକୁ ଅନେକ ଥର କଲ୍ କରିଥିଲେ ମଧ୍ୟ ତାହା ଲାଗି ନଥିଲା ।

- Advertisement -

ପ୍ରକାଶଯୋଗ୍ୟ ଯେ ୩ଟି କଲ୍ ଡ୍ରପ୍ ହେଲେ ୧ଟଙ୍କା ଜୋରିମନା ବ୍ୟବସ୍ଥା ରହିଛି । ଏହାର ପର୍ଯ୍ୟବେକ୍ଷଣ ପାଇଁ ଟ୍ରାଇ ପକ୍ଷରୁ ‘କ୍ୱାଲିଟି ଅଫ ସର୍ଭିସ୍’ ଗୁଣାବତ୍ତା ସେବା ମାନଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଇଛି । କଲ୍ ଡ୍ରପ ଓ ନେଟୱାର୍କ ସମସ୍ୟା ପାଇଁ ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି ।  ଦୁଇ ପ୍ରତିଶତରୁ ଅଧିକ କଲ୍ ଡ୍ରପ୍ ହେଲେ ଟେଲିକମ୍ କମ୍ପାନୀ ଗୁଡିକୁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମନା ଦେବାକୁ ନିୟମ ରହିଛି । ତେବେ ଅତ୍ୟାଧିକ ଜ୍ଞାନ କୌଶଳ(ଲାଟେଷ୍ଟ ଟେକ୍ନିକ୍) ଦ୍ବାରା ଏହି ସମସ୍ୟା ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories