www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶାର ପ୍ରତ୍ୟେକ ଗାଁରୁ ଅତି କମରେ ଜଣେ ଜଣେ ସେନାରେ ଯୋଗ ଦିଅନ୍ତୁ : ଲେଫ୍ଟେନାଣ୍ଟ ଜେନେରାଲ ସି.ପି. ମହାନ୍ତି

ଭୁବନେଶ୍ବର : ଭାରତୀୟ ସେନା ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି । ବୁଧବାର ସୈନିକ ସ୍କୁଲରେ ଗଣ ମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଏବେ ଭାରତୀୟ ସେନାରେ ଅନେକ ଓଡ଼ିଆ ଅଧିକାରୀ ଶୀର୍ଷ ପଦ ପଦବୀରେ ରହିଛନ୍ତି। ଏହି ଅବସରରେ ସେନାରେ ଯୋଗ ଦେବାକୁ ଓଡ଼ିଆ ଯୁବକ, ଯୁବତୀଙ୍କୁ ଲେଫ୍ଟେନାଣ୍ଟ ଜେନେରାଲ କଲେ ଚଣ୍ଡୀ ପ୍ରସାଦ ମହାନ୍ତି ଆହ୍ବାନ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ଗାଁରୁ ଅତି କମରେ ଜଣେ ଜଣେ ସେନାରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି। ଏନସିସି, ଆର୍ମି ସ୍କୁଲ ସମ୍ପର୍କରେ ଆଗ୍ରହୀ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଏବେ ଭାରତୀୟ ସେନାର ଆଧୁନିକୀକରଣ କରାଯାଉଛି। ସୀମାର ସୁରକ୍ଷା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଉଛି । ଯେ କୌଣସି ପ୍ରକାର ବାହ୍ୟ ଆକ୍ରମଣର ମୁକାବିଲା କରିବାକୁ ଭାରତ ସକ୍ଷମ । ଉଭୟ ବାହ୍ୟ ଏବଂ ଆଭ୍ୟନ୍ତର ସୁରକ୍ଷା ପାଇଁ ସେନା ପ୍ରତିଶ୍ରୁତିବଦ୍ଧ ବୋଲି ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ।

- Advertisement -

ସୂଚନା ଯୋଗ୍ୟ, ଭାରତୀୟ ସେନାର ପରବର୍ତ୍ତୀ ଉପମୁଖ୍ୟ ହେବେ ଓଡ଼ିଆ ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ କଲେ ଚଣ୍ଡୀ ପ୍ରସାଦ ମହାନ୍ତି ।  ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡିଂ ଇନ୍‌ ଚିଫ୍ ଅଛନ୍ତି।

ବର୍ତ୍ତମାନ ସତିନ୍ଦର କୁମାର ସାଇନି ଭାରତୀୟ ସେନାର ଉପମୁଖ୍ୟ ଅଛନ୍ତି। ସେ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ସେନା ଉପମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ।  ଏହା ସହିତ ସେ ପ୍ରଥମ ଓଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି, ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories