www.samajalive.in
Tuesday, December 9, 2025
16.1 C
Bhubaneswar

୧୦୫ତମ ସମ୍ବିଧାନ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ୧୦୫ତମ ସଂଶୋଧନ ଆଇନ ୨୦୨୧କୁ ସ୍ୱୀକୃତି ପ୍ରଦାନ କରିଛନ୍ତି।  ଏଣିକି ରାଜ୍ୟଗୁଡ଼ିକୁ  ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାର ଅଧିକାର ମିଳିଛି । ଏହି ଆଇନ ସାମାଜିକ, ଅର୍ଥନୈତିକ ଅନଗ୍ରସର ଓ ଶିକ୍ଷା ସ୍ତରରେ ପଛୁଆ ବର୍ଗଙ୍କୁ ଶ୍ରେଣୀକୁ ଚିହ୍ନଟ କରିବା ଲାଗି ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କରିଛି । ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‍ ୨୦୨୧ ଗତ ୧୧ ତାରିଖରେ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିଲା।
ଲୋକସଭାରେ ଏହି ବିଲ୍‍ ଉପରେ ଉତ୍ତର ଦେଲାବେଳେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଥିଲେ ଏହି ବିଲ୍‍କୁ ୧୦୫ତମ ସମ୍ବିଧାନ ସଂଶୋଧନ ବିଲ୍‍ ଭାବେ ବିବେଚନା କରାଯିବା ।  ସେହିପରି ସାଧାରଣ ବୀମା, ବ୍ୟବସାୟ, ଜାତୀୟକରଣ ସଂଶୋଧନ ବିଲ୍‍ ୨୦୨୧ମଧ୍ୟ ରାଷ୍ଟ୍ରପତିଙ୍କର ଅନୁମୋଦନ ଲାଭ କରିଛି । ଏହା ଲୋକସଭାରେ ଚଳିତମାସ ୩ ତାରିଖରେ ଅନୁମୋଦନ ଲାଭ କରିଥିଲାବେଳେ ରାଜ୍ୟସଭାରେ ୧୧ ତାରିଖରେ ଅନୁମୋଦିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories