www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ଆଜି ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଛନ୍ତି। ପୁରୀ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତିସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ଭକ୍ତିଅର୍ଘ୍ୟ ପ୍ରଦାନ କରିବା ପରେ ରାଷ୍ଟ୍ରପତି ଶରଧାବାଲିରେ ଅନୁଷ୍ଠିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥଙ୍କ କୃପା ଯୋଗୁ ସେ ବାରମ୍ବାର ତାଙ୍କ ଦର୍ଶନ ଲାଭ ଲାରିବର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଅନୁଷ୍ଠିତ ସମ୍ମିଳନୀରେ ଶ୍ରୀ କୋବିନ୍ଦ କହିଛନ୍ତି, ଈଶ୍ୱରଙ୍କ କୃପାରୁ ସେ ଭାରତର ବିଭିନ୍ନ ଧାର୍ମିକସ୍ଥଳୀ ପରିଦର୍ଶନ କରିବା ସହ ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି। ସମସ୍ତ ସ୍ଥାନରେ ବିଭିନ୍ନ ଧାର୍ମିକ ଉପାୟ ଓ ବ୍ୟବସ୍ଥା ପ୍ରଚଳିତ ରହିଛି। ତେବେ ଏହି ଆସ୍ଥା ପଛରେ ଈଶ୍ୱର ଭକ୍ତି ସହ ମାନବ ସମାଜକୁ ଏକ ପରିବାର ରୂପେ ଗ୍ରହଣ କରି ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା। ରାଷ୍ଟ୍ରପତି କହିଛନ୍ତି ଯେ ଧର୍ମକୁ ନେଇ ସମାଜକୁ ବିଭାଜନ କରାଯାଇ ପାରିବ ନାହିଁ। ସତ୍ୟକୁ ବାଣ୍ଟି ହେବନି କାରଣ ଗୋଟିଏ ସତ୍ୟତାକୁ ବିଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇ ପାରିବ ଓ ଋକବେଦରେ ଏ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସତ୍ୟ ହିଁ ଏକ, ବିଦ୍ୱାନମାନେ ତାହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରିଥାନ୍ତି।

- Advertisement -

ଭାରତରେ ଭକ୍ତିଭାବରେ ପୂଜାର୍ଚନା କରିବାର ମହତ୍ୱ ସର୍ବାଧିକ ରହିଛି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ଭାରତ ଭୂମି ଏଥିପାଇଁ ମହାନ ଯେ ଏଠାରେ ଅନେକ ସନ୍ଥ ଆମ୍ଭମାନଙ୍କୁ ନିଃସ୍ୱାର୍ଥ ଭାବେ ଉପାସନାର ମାର୍ଗ ଦେଖାଇଛନ୍ତି। ସେ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ କହିଛନ୍ତି ଯେ ତାଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଗ୍ରହଣ କରାଯାଇଛି। ତେଣୁ ଈଶ୍ୱରଙ୍କ ପରେ କେବଳ ଚୈତନ୍ୟଙ୍କ କ୍ଷେତ୍ରରେ ମହାପ୍ରଭୁ ଶବ୍ଦ ବ୍ୟବହାର ହୋଇଥାଏ। ତାଙ୍କ ବିଲକ୍ଷଣ ମାର୍ଗରେ ଅନୁପ୍ରାଣିତ ହୋଇ ଅନେକ ଭକ୍ତିମାର୍ଗ ଗ୍ରହଣ କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories