www.samajalive.in
Tuesday, December 9, 2025
16.1 C
Bhubaneswar

ଡିଜିଟାଲ୍‍ ଭାରତ ସମ୍ମାନ-୨୦୨୦ ପ୍ରଦାନ କଲେ ରାଷ୍ଟପତି କୋବିନ୍ଦ୍‍

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଡିଜିଟାଲ୍‍ ଭାରତ ସମ୍ମାନ-୨୦୨୦ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ୍‍ କହିଛନ୍ତି, ଡିଜିଟାଲ୍‍ ପ୍ରଭେଦକୁ ହ୍ରାସ କରିବା ପାଇଁ ଏହାର ପ୍ରତ୍ୟେକଟି ଦିଗ ଉପରେ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି, ଦେଶର ଜନସଂଖ୍ୟାର ଏକ ବୃହତ୍‍ ବର୍ଗ ଏବେ ମଧ୍ୟ ଡିଜିଟାଲ୍‍ ସେବାର ଲାଭ ପାଇବାରେ ସକ୍ଷମ ହୋଇ ନାହାନ୍ତି। ପ୍ରଭାବଶାଳୀ ନବସୃଜନ ମାଧ୍ୟମରେ ଡିଜିଟାଲ୍‍ ଉପଲବ୍ଧତାକୁ ବୃଦ୍ଧି କରି ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍‍ ମୌଳିକ ଢାଞ୍ଚାକୁ ସୁଦୃଢ଼ କରାଯିବା ଦ୍ୱାରା ଅଧିକରୁ ଅଧିକ ଲୋକ ଡିଜିଟାଲ୍‍ ସେବା
ପାଇପାରୁଛନ୍ତି। ଟେକ୍ନୋଲୋଜିର ବିକାଶ ସର୍ବଦା ଆମ ମଧ୍ୟରେ ଦୂରତାକୁ ହ୍ରାସ କରିଛି। କିନ୍ତୁ ଡିଜିଟାଲ୍‍ ମାଧ୍ୟମ ଆମ ଜୀବନକୁ ସହଜ ଓ ସରଳ କରିଦେଇଛି। ଡିଜିଟାଲ୍‍ ବିଶେଷଜ୍ଞଙ୍କ ଭୂମିକାକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ଦେଶରେ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନରୁ ମୁକୁଳିବା ପାଇଁ ଏହା ବହୁତ ସହାୟତା କରିଛି। ଆରୋଗ୍ୟ ସେତୁ, ଇ-ଅଫିସ୍‍ ଏବଂ ଭିଡ଼ିଓ କନ୍‍ଫରେନ୍ସ ଭଳି ସେବାର ଉପଯୋଗ ଦେଶକୁ ମହାମାରୀ ଭଳି ସଙ୍କଟ ସମୟରେ ଆହ୍ୱାନକୁ କମ୍‍ କରିବାରେ ସହାୟତା କରିଛି।

- Advertisement -

ଏହି ପୁରସ୍କାର ପାଇଁ ମନୋନୟନ, ସ୍କ୍ରିନିଂଠାରୁ ଆରମ୍ଭ କରି ପୁରସ୍କାର ପ୍ରଦାନ ପ୍ରର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଡିଜିଟାଲ୍‍ ମାଧ୍ୟମରେ
କରାଯାଇଥିଲା। ଇଲେକ୍‍ଟ୍ରୋନିକ୍‍ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ୍‍ ଇନ୍‍ଫର୍‍ମେଟିକ୍‍ ସେଣ୍ଟର୍‍ ପ୍ରତି ଦୁଇ, ବର୍ଷରେ ଥରେ ଡିଜିଟାଲ୍‍ ଇଣ୍ଡିଆ ସମ୍ମାନ ପ୍ରଦାନ କରୁଛି। ଇ-ଗଭର୍ଣ୍ଣାନ୍ସ ଏବଂ ସରକାରୀ କଳର ସେବା ଯୋଗାଣକୁ ଡିଜିଟାଲ୍‍ ପଦ୍ଧତିରେ କରିବାପାଇଁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories