www.samajalive.in
Tuesday, December 9, 2025
16.1 C
Bhubaneswar

ଏଠି ଏତେ ଥଣ୍ଡା: ଭାଙ୍ଗୁଭାଙ୍ଗୁ ବରଫ ହୋଇ ଯାଉଛି ଅଣ୍ଡା, ପ୍ଲେଟରୁ ଟେକିବା କ୍ଷଣି ନୁଡ଼ୁଲ୍ସ ବି ହୋଇଯାଉଛି ବରଫ

ଏବେ ବିଶ୍ବରେ ଶୀତ ଋତୁ । ବିଭିନ୍ନ ଦେଶରେ ପାଣିପାଗ ଶୀତଳ । କିଛି ଦେଶରେ ତୁଷାରପାତ ହେଉଛି । ମାତ୍ର ବିଶ୍ବରେ ଏମିତି ଏକ ଦେଶ ଅଛି  ଖରା ଦିନରେ ଯେଉଁଠି ଲୋକମାନେ ଶୀତ ଅନୁଭବ କରନ୍ତି । ଆଉ ଶୀତ ଦିନେ ତ ପ୍ରଚଣ୍ଡ ଥଣ୍ଡା ଅନୁଭବ ହୁଏ । ରୁଷର ଉତ୍ତରଭାଗରେ ଥିବା ସାଇବେରିଆ ଅଞ୍ଚଳରେ ଏବେ ଅନୁରୂପ ସ୍ଥିତି । ଜଣେ ବ୍ୟକ୍ତି ସାଇବେରିଆର ଏକ ଛବି ନିଜ ଟ୍ବିଟରରେ ସ୍ଥାନୀତ କରିଛନ୍ତି । ସେଥିରେ ଅଣ୍ଡା ଭାଙ୍ଗୁଭାଙ୍ଗୁ ଓ ନୁଡ଼ୁଲ୍ସ ପ୍ଲେଟରୁ ଟେକୁଟେକୁ କେମିତି ବରଫରେ ପରିଣତ ହୋଇ ଯାଉଛି ତାହା ସେଥିରେ ଦେଖାଯାଉଛି ।

ସାଇବେରିଆର ଏକ ସ୍କୁଲ । ଯେଉଁଠି ପ୍ରବଳ ଥଣ୍ଡାରେ ବି ପିଲାମାନେ ସ୍କୁଲ ଯାଇଥାଆନ୍ତି

ଏହି ଛବିକୁ ଟ୍ବିଟର ୟୁଜର  @ olegsvn ଟ୍ୱିଟରରେ ସାଇବେରିଆରୁ  ସେୟାର କରିଛନ୍ତି। ଯେତେବେଳେ ସେ ଅଣ୍ଡା ଏବଂ ନୁଡୁଲ୍ସର ଚିତ୍ର ଉଠାଇଲେ, ସେତେବେଳେ ସେଠାକାର ତାପମାତ୍ରା ବିଯୁକ୍ତ ୪୫ ଡ଼ିଗ୍ରୀ ରହିଥିଲା । ଅଣ୍ଡା ଭାଙ୍ଗୁଭାଙ୍ଗୁ ଏହାର ଭିତର ଲାଳ ବାହାରିବା କ୍ଷଣି ଏହା ବରଫରେ ପରିଣତ ହୋଇ ଯାଉଥିବା ଦେଖାଯାଇଛି । ସେହିପରି  ଏକ ଚାମଚରେ ନୁଡ଼ୁଲ୍ସ ବାହାର କରିବା ତାହା ମଧ୍ୟ ବରଫ ପରି କଠିନ ହୋଇ ଯାଇଛି ।

- Advertisement -

ଏହି ଫଟୋ ମାଇକ୍ରୋ -ବ୍ଲଗିଂ ପ୍ଲାଟଫର୍ମରେ ଭାଇରାଲ ହୋଇଛି । ଏହାକୁ ୨୫ ହଜାରରୁ ଅଧିକ ଲାଇକ୍ ଓ ୮ ହଜାରରୁ ଅଧିକ ଥର ରିଟ୍ବିଟ୍ କରାଯାଇଛି । ସାଇବେରିଆରେ ଖରାଦିନେ ସାଧାରଣତ ୧୨ ଡ଼ିଗ୍ରୀରୁ ବିଯୁକ୍ତ ୨୦ ଡ଼ିଗ୍ରୀ ଓ ଶୀତଦିନେ ବିଯୁକ୍ତ ୬୦ ଡ଼ିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories