www.samajalive.in
Sunday, December 7, 2025
23.1 C
Bhubaneswar

ରାଷ୍ଟ୍ରପତି ନିର୍ବାଚନ ; ପ୍ରାର୍ଥିପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଆଜି ସଂସଦ ଭବନରେ ଯଶୱନ୍ତ ସିହ୍ନା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଭରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର,ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାରଗେ ପ୍ରମୁଖ ଏହି ସମୟରେ ଉପସ୍ଥିତ ରହିଛନ୍ତି। ଅଖିଳେଶ ଯାଦବ,ସୀତାରାମ ୟେଚୁରୀ ପ୍ରମୁଖ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ଉପସ୍ଥିତ ରହିଛନ୍ତି ବୋଲି ସୂଚନା ମିଳିଛି।
ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ୧୮ ଜୁଲାଇରେ ହେବ ଏବଂ ଭୋଟର ଗଣନା ୨୧ ଜୁଲାଇରେ ହେବ।
ପୂର୍ବରୁ ଜୁନ ୨୪ରେ ସଂସଦ ଭବନରେ ଏନଡିର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ଉପସ୍ଥିତ ରହିଥିଲେ । ତାହା ଛଡ଼ା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଭରିବା ସମୟରେ ସାମିଲଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories