www.samajalive.in
Sunday, December 7, 2025
15.1 C
Bhubaneswar

ବିଦ୍ୟାରୂପୀ ସଞ୍ଜିବନୀ ପାଇବା ପରେ ବ୍ୟକ୍ତିର ଜୀବନ ଧନ୍ୟ ହୁଏ – ରାଷ୍ଟ୍ରପତି

ଡେସ୍କ: ବିଦ୍ୟା, ବ୍ୟକ୍ତିକୁ ଅମୃତ ପ୍ରଦାନ କରିଥାଏ ଓ ବିଦ୍ୟାରୂପୀ ସଞ୍ଜିବନୀ ପାଇବା ପରେ ବ୍ୟକ୍ତିର ଜୀବନ ଧନ୍ୟ ହୁଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ଚାରି ଦିନିଆ ଓଡିଶା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥ୍ ଭାବେ ଯୋଗଦେଇ ଏହା କହିଛନ୍ତି।

ରାଷ୍ଟ୍ରପତି ସ୍ନାତ୍ତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ସେମାନଙ୍କର ଶିକ୍ଷା ଏବଂ ଜ୍ଞାନକୁ ମାନବତାର ଉପକାର ପାଇଁ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସି.ଭି.ରମଣ ଏବଂ ଭାରତୀୟ ଜ୍ୟୋର୍ତିବିଦ୍ ତଥା ଗଣିତଜ୍ଞ ପଠାଣି ସାମନ୍ତଙ୍କ ଅନନ୍ୟ ପ୍ରତିଭା ସମ୍ପର୍କରେ କହିଥିଲେ। ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ନାଇଜର ଭୁବନେଶ୍ୱର ଆଗକୁ ବଢ଼ୁଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଥିଲେ।

- Advertisement -

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ଅର୍ଥପୂର୍ଣ୍ଣ ଶିକ୍ଷା ଓ ଜ୍ଞାନ ହିଁ ମାନବିକତାର ଉନ୍ନତି ଓ ପ୍ରଗତି ପାଇଁ ବ୍ୟବହୃତ ହୁଏ। ସେମାନେ ଯେଉଁଠି କାମ କରିବେ, ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ନିଜ କର୍ମକ୍ଷେତ୍ରରେ ସଫଳତା ସାଙ୍ଗକୁ ସେମାନେ ନିଜର ସାମାଜିକ କର୍ତ୍ତବ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ସହ ନିର୍ବାହ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ। ସେ କହିଥିଲେ ଯେ ମାନବିକତା ପ୍ରତି ସମ୍ବେଦନଶୀଳତା ବିନା ବିଜ୍ଞାନକୁ ପ୍ରୋତ୍ସାହନ ଦେବା ଏକ ପାପ କରିବା ସହ ତୁଳନୀୟ। ଗାନ୍ଧିଜୀଙ୍କ ଏହି ବାର୍ତ୍ତାକୁ ସର୍ବଦା ମନେ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories