www.samajalive.in
Wednesday, December 10, 2025
26.1 C
Bhubaneswar

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; ‘ବିରୋଧ ନାଁରେ ହିଂସା ଦେଶ ଓ ଗଣତନ୍ତ୍ରକୁ ଦୁର୍ବଳ କରିଦିଏ’

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲ୍‌​ରେ ଆୟୋଜିତ ମିଳିତ ଅଧିବେଶନରେ ରାଷ୍ଟ୍ରପତି କହିଛନ୍ତି, ଚଳିତ ଦଶକ ଭାରତ ପାଇଁ ମହତ୍ଵପୂର୍ଣ୍ଣ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ହେବ। ଆମକୁ ନୂଆ ଭାରତର ନିର୍ମାଣ କରିବାକୁ ପଡ଼ିବ। ମୋ ସରକାରର ଉଦ୍ୟମ ଯୋଗୁ ଗତ ୫ବର୍ଷରେ ଚଳିତ ଦଶକକୁ ଭାରତର ଦଶକ କରିବା ଲାଗି ଭିତ୍ତି ପଡ଼ିସାରିଛି। ପାରସ୍ପରିକ ଆଲୋଚନା-ପର୍ଯ୍ୟାଲୋଚନା ତଥା ବାଦ-ବିବାଦ ଗଣତନ୍ତ୍ରକୁ ଅଧିକ ସଶକ୍ତ କରେ। କିନ୍ତୁ ବିରୋଧ ନାଁରେ କୌଣସି ପ୍ରକାର ହିଂସା ଦେଶ ଏବଂ ଗଣତନ୍ତ୍ରକୁ ଦୁର୍ବଳ କରିଦିଏ। ମୋ ସରକାର ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ଵାସ ମନ୍ତ୍ରରେ ଚାଲିବା ସହ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତାର ସହିତ କାମ କରୁଛି ବୋଲି ରାଷ୍ଟ୍ରପତି କହିଥିଲେ।

ରାଷ୍ଟ୍ରପତି ଆହୁରି କହିଥିଲେ, ପୂଜ୍ୟ ବାପୁଙ୍କ ଗ୍ରାମ ସ୍ବରାଜର ସ୍ବପ୍ନ ହେଉ କି ନେହେରୁଙ୍କ ଆଧୁନିକ ଭାରତ ନିର୍ମାଣ ଅଥବା ଦୀନ ଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ସ୍ବପ୍ନ, ଭାରତର ସମ୍ବିଧାନ ସ୍ବପ୍ନ ପୂରା କରିବାରେ ଆମର ମାର୍ଗଦର୍ଶକ ଅଟେ। ଆମ ସମ୍ବିଧାନ ଦେଶର ନାଗରିକମାନଙ୍କ ଅଧିକାରର ସୁରକ୍ଷା କରିଥାଏ ଏବଂ ସମୋନଙ୍କୁ ନିଜ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories