www.samajalive.in
Tuesday, December 9, 2025
16.1 C
Bhubaneswar

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ; ସକାଳ ୬ଟାରୁ ପୂର୍ବାହ୍ଣ ୧୧ଟା ମଧ୍ୟରେ ପାଠପଢ଼ା

କଟକ : ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଶନିବାର ଅପରାହ୍ଣରେ ଜିଲା ସଦ୍‍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତରେ କାହାରି ମୃତାହତ ନ ହୁଏ ସେ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଜିଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ଅବସ୍ଥାକୁ ପରିଚାଳନା କରିବା ନିମନ୍ତେ ଜିଲା କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ, ତହସିଲ, ଜିଲା ମୁଖ୍ୟ ଚିକିତ୍ସାଳୟ, ପୌର ପରିଷଦ, ଜିଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ସେସୁ କାର୍ଯ୍ୟାଳୟରେ ଅନୁରୂପ ଭାବେ କଣ୍ଟ୍ରୋଲ ରୁମ୍‍ କାର୍ଯ୍ୟ କରିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଜଳକଷ୍ଟ ଦୂର କରିବା ପାଇଁ ବସୁଦା ହେଲ୍ପ ଲାଇନ ନଂ-୧୯୧୬ କାର୍ଯ୍ୟକରିବା ସହିତ ଯଥାଶୀଘ୍ର ଅଚଳ ନଳକୂପଗୁଡିକ ମରାମତି କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି। ଜଳ କ୍ଲିଷ୍ଟ ଅଞ୍ଚଳରେ ବିଡିଓମାନେ ପାଣି ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଲୋକଙ୍କୁ ଯୋଗାଇବା ଓ ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗ ଅଗ୍ରାଧିକାର ଭିତିରେ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଜଳକ୍ଳିଷ୍ଟ ଅଞ୍ଚଳରେ ଯେଉଁଠାରେ ଜଳସ୍ତର କମିଯାଉଛି ତାହାକୁ ଚିହ୍ନଟ କରାଯାଇ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୬ ଟାରୁ ପୂର୍ବାହ୍ଣ ୧୧ଟା ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକର ସମୟ ନିର୍ଘଣ୍ଟ ସ୍ଥିର କରିିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ସମେତ ଏସ୍‍ସିବି ମେଡିକାଲରେ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ କରାଯାଇ ଶଯ୍ୟା ପ୍ରସ୍ତୁତ ରହିଥିବା ବୈଠକରୁ ଜଣାଯାଇଛି। ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଅଂଶୁଘ।ତ ମୁକାବିଲା ପାଇଁ ଓଆରଏସ ମହଜୁଦ ରଖିବାକୁ ସ୍ଥିର ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, ସଦର ଉପ ଜିଲାପାଳ ଶୁଭ୍ରାଂଶୁ ମିଶ୍ର, ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଜିଲା ଜରୁରୀ ଅଧିକାରୀ ପ୍ରଦୀପ ତ୍ରିପାଠୀ, ସିଏମସିର ଡ.ସତ୍ୟବ୍ରତ ମହାପାତ୍ର, ବିଶ୍ୱନାଥ ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories