www.samajalive.in
Monday, December 8, 2025
17.1 C
Bhubaneswar

ୟେସ୍‌ ବ୍ୟାଙ୍କରେ ଆର୍ଥିକ ଅନିୟମିତତା : ରାଣା କପୁର ଗିରଫ

ମୁମ୍ବଇ : ୟେସ୍‍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗମାନ ରହିଥିଲା। ମୁମ୍ବାଇଠାରେ ଶନିବାର ତାଙ୍କୁ ଇଡି ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଶନିବାର ତାଙ୍କୁ ପ୍ରାୟ ୧୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ଏବଂ ରବିବାର ସକାଳୁ ତାଙ୍କୁ ଗିରଫ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ତାଙ୍କର ତଥ୍ୟ ସବୁ ରେକର୍ଡ କରାଯାଇଛି। ରାଣା କପୁରଙ୍କ ଦିଲ୍ଲୀ ଓ ମୁମ୍ବାଇଠାରେ ଥିବା ତିନି ଝିଅଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।
ଏହାଛଡ଼ା ମୁମ୍ବାଇର ୱର୍ଲିଠାରେ ଥିବା ତାଙ୍କ ବାସଭବନ ଉପରେ ମଧ୍ୟ ଚଢ଼ଉ କରାଯାଇଛି। ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ବା ଡିଏଚ୍‍ଏଫ୍‍ଏଲ୍‍ର ଆର୍ଥିକ ଦୁର୍ନୀତିରେ ରାଣା କପୁରଙ୍କର ହାତ ରହିଥିବା ଅଭିଯୋଗ ହୋଇଛି। ଏହି ସଂସ୍ଥାକୁ ୟେସ୍‍ ବ୍ୟାଙ୍କ ବିପୁଳ ଋଣ ଦେଇଥିଲା। ତେବେ ଡିଏଚ୍‍ଏଫ୍‍ଏଲ୍‍ ଏହି ଋଣ ପରିଶୋଧ କରିବାରେ ବିଫଳ ହୋଇଛି। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ୟେସ୍‍ ବ୍ୟାଙ୍କର ପରିଚାଳନା ବୋର୍ଡକୁ ଭାଙ୍ଗିଦେଇ ଏହାର ଦାୟିତ୍ୱ ନିଜ ହାତକୁ ନେଇଛି। ଏହାଛଡ଼ା ୩୦ ଦି ପାଇଁ ବ୍ୟାଙ୍କରୁ ଅର୍ଥ ଉଠାଣ ଉପରେ ଜମାକାରୀଙ୍କ ପାଇଁ କଟକଣା ଜାରି କରାଯାଇଛି। ଜମାକାରୀ ଏହି ସମୟ ମଧ୍ୟରେ ସର୍ବାଧିକ ୫୦ ହଜାର ଟଙ୍କା ନିଜ ଆକାଉଣ୍ଟରୁ ଉଠାଇ ପାରିବେ। ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ୟେସ୍‍ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କ୍ରୟ କରି ଏହାର ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ କରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories