www.samajalive.in
Monday, December 8, 2025
14.1 C
Bhubaneswar

ବାତ୍ୟା ୟାସ ମୁକାବିଲା ; ବରିଷ୍ଠ ଆଇପିଏସ , ଆଇଏଏସଙ୍କୁ ୫ ଜିଲାର ଦାୟିତ୍ୱ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ୟାସ ସ୍ଥଳଭାଗ ସ୍ପର୍ଶ କରିବ। ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ଏହାର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୫ ଜିଲାରେ ବାତ୍ୟା ମୁକାବିଲା, ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ୫ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସେହିପରି ଜିଲା ପୁଲିସକୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ୫ ବରିଷ୍ଠ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଛି।
କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭିଭି ଯାଦବ ,ବାଲେଶ୍ୱର ପାଇଁ ବିଶାଲ୍‍ ଦେବ, ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ମିଳିଛି।
ସେହିପରି କେନ୍ଦ୍ରାପଡା ଜିଲା ପୁଲିସକୁ ପରାମର୍ଶ ଓ ମାର୍ଗଦର୍ଶନ କରିବା ପାଇଁ ଆଇପିଏସ ଜୟନାରାୟଣ ପଙ୍କଜ, ଜଗତସିଂହପୁର ପାଇଁ ଅମିତାଭ ଠାକୁର,ଭଦ୍ରକ ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଓ ମୟୁରଭଞ୍ଜ ପାଇଁ ଆଇପିଏସ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ଅନ୍ୟପକ୍ଷରେ ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। କରୋନା ସମୟରେ କିଭଳି ବାତ୍ୟା ମୁକାବିଲା କରାଯିବ , ଲୋକମାନେ କିଭଳି ସୁରକ୍ଷିତ ରହିବେ ସେ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏହାସହ ବାତ୍ୟାର ମୁକାବିଲା ପାଇଁ ୫୨ଟି ଏନଡିଆରଏଫ ଟିମ କାର୍ଯ୍ୟ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories