www.samajalive.in
Saturday, December 6, 2025
26.1 C
Bhubaneswar

ଗର୍ଭବତୀ ମହିଳାଙ୍କୁ ଏସବୁ ସ୍ଥାନକୁ ଯିବାକୁ ଶାସ୍ତ୍ରରେ ହୋଇଛି ମନା

ସାଧାରଣତଃ ଗର୍ଭାବସ୍ଥା ସମୟରେ ମହିଳାମାନେ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ ହୋଇଥାଏ। କାରଣ ଏହି ସମୟରେ ଗୋଟିଏ ଛୋଟ ଭୁଲ ମଧ୍ୟ ତାଙ୍କ ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଉଭୟ ମାଆ ଓ ଶିଶୁ ସୁସ୍ଥ ରହିଥାନ୍ତି। ତେବେ ଏପରି କିଛି ସ୍ଥାନ ଅଛି ଯେଉଁଠିକୁ ଗର୍ଭବତୀ ମହିଳାଙ୍କୁ ଯିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ଉକ୍ତ ସ୍ଥାନ ଗୁଡ଼ିକ ଗର୍ଭବତୀମାନେ ଯିବା ଦ୍ବାରା ଗର୍ଭସ୍ଥ ଶିଶୁ ଉପରେ ଅନେକ କୁପ୍ରଭାବ ପଡ଼ିବା ସହିତ ମାଆ ଓ ଶିଶୁକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଚାଲନ୍ତୁ ଜାଣିବା ଗର୍ଭବତୀମାନେ କେଉଁ ସ୍ଥାନକୁ ଯିବା ଅନୁଚିତ୍ –

-ଗର୍ଭବତୀ ମହିଳାମାନେ ୭ମାସ ପରେ କୌଣସି ନଦୀ ପାର କରିବା ଅନୁଚିତ। ଏହା ଦ୍ବାରା ପିଲା ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।
-ଗର୍ଭବତୀ ମହିଳାମାନେ ଶ୍ମଶାନ ଆଖପାଖରେ ମଧ୍ୟ ବୁଲିବା ଅନୁଚିତ। କାରଣ ଏଠାରେ ସବୁଠାରୁ ଅଧିକ ନକରାତ୍ମକ ଶକ୍ତି ରହିଥାଏ।
-ଏହି ଅବସ୍ଥାରେ ମହିଳାମାନେ ଏକୁଟିଆ କୌଣସି ଶୂନଶାନ୍ ସ୍ଥାନର ଛାତ ଉପରକୁ ଯିବା ଅନୁଚିତ। କାରଣ ଏପରି କରିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଏ।
-ଗର୍ଭବତୀ ମହିଳାମାନେ ରାତିରେ ରାସ୍ତା ପାର କରିବା ମଧ୍ୟ ଅନୁଚିତ।
-ଏହି ସମୟରେ ଘରୁ ବାହାରି ବାହାରେ ଅଧିକ ବୁଲିବା ଅନୁଚିତ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories