www.samajalive.in
Tuesday, December 9, 2025
16.1 C
Bhubaneswar

ଅଚେତ ହୋଇ ପଡ଼ିଗଲେ ଗର୍ଭବତୀ, ମିଳିଲାନି ଷ୍ଟ୍ରେଚର

ବୁର୍ଲା: ବୁର୍ଲା ଭିମସାରରେ କରୋନା ଭୟ ପାଇଁ ସାଧାରଣ ରୋଗୀଙ୍କୁ ହଟହଟା ହେବାକୁ ପଡିଛି। ଭିମସାର ଅନେକ ବିଭାଗରେ ଏକାଧିକ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଉ ବିନା କୋଭିଡ ପରିକ୍ଷାରେ ଗୁରୁତର ରୋଗୀଙ୍କୁ ମଧ୍ୟ ୱାର୍ଡ ଭିତରକୁ ପ୍ରବେଶ କରାଯାଉନାହିଁ। ସେହିପରି ଗୁରୁବାର ଜଣେ ଗର୍ଭବତୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗକୁ ଅଣାଯାଇଥିବା ବେଳେ ସେଠାରେ କିଛି ଘଣ୍ଟା ରଖିବା ପରେ ତାଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ ଡାକ୍ତର କହିଥିଲେ। କୋଭିଡ ପରୀକ୍ଷା କରିଯିବା ପାଇଁ ମହିଳାଙ୍କୁ ମିଳିଲାନି ଷ୍ଟ୍ରେଚର। ମହିଳା ଜଣଙ୍କ ଚାଲିଚାଲି ଯିବା ବେଳେ ରାସ୍ତାରେ ଟଳିପଡିଥିଲେ। ତେବେ ଗର୍ଭବତୀଙ୍କ ପରିବାର ଭିମସାରର ପରିଚାଳନା ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି।

ସୂଚନା ଅନୁସାରେ ବରଗଡ ଜିଲ୍ଲା ବର୍ହାଗୁଡାର ଜଣେ ମହିଳା ୮ ମାସର ଗର୍ଭବତୀ ରହିଛନ୍ତି। ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବରଗଡ ହସପିଟାଲକୁ ନେଇଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ। ତେବେ ଆଜି ଉକ୍ତ ମହିଳାଙ୍କୁ ଦିନ ପ୍ରାୟ ୧୦ ଟାରେ ବୁର୍ଲା ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗକୁ ନିଆଯାଇଥିଲା। ହେଲେ ତାଙ୍କ ଉଚ୍ଚରକ୍ତ ଚାପଥିବାରୁ ଡାକ୍ତର ତାଙ୍କୁ ପ୍ରଥମେ କୋଭିଡ ପରିକ୍ଷା କରିବା ପାଇଁ କହିଥିଲେ। ତେବେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରୁ ଆଇସୋଲେସନ ୱାର୍ଡର ଦୂରତା ପ୍ରାୟ ଅଧ କିଲୋମିଟର ହେବ। ତେବେ ଉକ୍ତ ମହିଳାଙ୍କୁ ଷ୍ଟ୍ରେଚରଟିଏ ମଧ୍ୟ କେହି ଦେଲେ ନାହିଁ। ଶେଷରେ ବହୁସମୟ ଅପେକ୍ଷା ପରେ ମହିଳାଙ୍କୁ ଚଲାଇ ଚଲାଇ ଆଇସୋଲେସନ ବିଭାଗକୁ ଯିବାକୁ ପଡିଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚାଲି ଚାଲି ଯିବା ସମୟରେ ପଡିଯାଇ ସଂଜ୍ଞାହିନ ହୋଇ ପଡ଼ିଥିଲେ। ତାଙ୍କ ଶରୀରରୁ ରକ୍ତଶ୍ରାବ ମଧ୍ୟ ହୋଇ ଯାଇଥିଲା। ଏହାଦେଖି ପରିବାର ବର୍ଗଙ୍କ ମଧ୍ୟରେ ସାମିୟିକ ଭାବରେ ଉତ୍ତେଜନା ପ୍ରକାଶ ପାଇବା ପରେ ଜଣେ ଷ୍ଟ୍ରେଚର୍‍ ଆଣି ଦେଇଥିଲେ।

- Advertisement -

ତେବେ ଏଥିସହିତ କୌଣସି ଷ୍ଟ୍ରେଚର ବଏ ମଧ୍ୟ ପାଖକୁ ଆସିନଥିଲେ। ଫଳରେ ପରିବାର ଲୋକେ ନିଜେ ଠେଲି ଠେଲି ଷ୍ଟ୍ରେଚର ନେବାକୁ ପଡିଥିଲା। ତେବେ କରୋନା ପରୀକ୍ଷା ପରେ ପୁଣି ବିଭାଗରେ ଆଣି ଭର୍ତ୍ତି କରିଥିବା ଜଣାପଡିଛି। ତେବେ ଏଭଳି ଜଣେ ଗୁରୁତର ରୋଗୀଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ ଏତେ ହଟହଟା କରାଯିବା ଘଟଣାକୁ ଗର୍ଭବତୀ ମହିଳାଙ୍କ ପରିବାର ଲୋକେ ନିନ୍ଦା କରିଛନ୍ତି। ଏଭଳି ଅବ୍ୟବସ୍ଥା ଯୋଗୁଁ ବୁର୍ଲା ଭିମସାର ପ୍ରତି ଭରସା ଲୋକଙ୍କ ତୁଟିବାରେ ଲାଗିଥିବା ଉକ୍ତ ମହିଳାଙ୍କ ସମ୍ପର୍କିୟ ଅଭିଯୋଗ କରିଛନ୍ତି। ଏଥିସହିତ ହସପିଟାଲରେ ରୋଗୀ ସେବା ନାମରେ ଆସିଥିବା ବ୍ୟାଟେରି ଗାଡି କେଉଁ କାମକୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ତେବେ ଏହାକୁ ନେଇ ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ପଚାରିବାରୁ ଘଟଣାଟି କେଉଁ ପରିସ୍ଥିତିରେ ହୋଇଛି ସେନେଇ ତଦନ୍ତ କରିବେ ବୋଲି କହିବା ସହିତ ହୁଏତ ଉକ୍ତ ରୋଗୀଙ୍କ ସମ୍ପର୍କିୟମାନେ କାହାକୁ କହି ନ ଥିବେ ବୋଲି ଅନୁମାନ କରିଥିବା କହିଛନ୍ତି। ତେବେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories