www.samajalive.in
Tuesday, December 9, 2025
26.1 C
Bhubaneswar

ଭିସୁଟ ଛାତ୍ରଙ୍କ ସଫଳତା, ଏମିଟର ଗନକୁ ରନର୍ସ ଅଫ୍‍ ପୁରସ୍କାର

ବୁର୍ଲା: ଟାଟା କୃସିଏବୁଲ ହାକାଥନ ୨୦୨୦ ପ୍ରତିଯୋଗିତାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଆଇଡ଼ିଆ ଇନୋଭେସନ ସେଲର ଟେକ୍‍-୨ ବ୍ୟାଚ ଦଳ ଉପ ବିଜେତା ହୋଇଛନ୍ତି। ପୂର୍ବ ଭାରତ ସ୍ତରରେ ଟାଟା ଗ୍ରୁପ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ୫୦୦ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରୁ ମୁକେଶ ନାୟକ, ଆୟୁଷ ପାଣ୍ଡେ, ୟଶରାଜ ପଣ୍ଡା, ଜ୍ଞାନରଞ୍ଜନ ସାହୁ ଏବଂ ରୋହିତ କୁମାର ଦାସଙ୍କୁ ନେଇ ଗଠିତ ଦଳ ଫାଇନାଲରେ ୭ଟି ଦଳ ସହ ଭାଗ ନେଇ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ ଟିମକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କାର ପୁରସ୍କାର ଦିଆଯାଇଛି।

ବୈଷୟିକ ବିଶ୍ୱବିଦ୍ୟାଳୟର ଏହି ଟିମ ଦ୍ୱାରା ପ୍ରସ୍ତୁତ ମଡ଼େଲ ଅତି କ୍ଷୁଦ୍ର ଆକାରର ହୀରାକୁ ଚିହ୍ନଟ କରି ପ୍ରଶଂସିତ ହୋଇଛି। ଛୋଟ ଆକାରର ହୀରାକୁ ସହଜରେ ରେଳ ଷ୍ଟେସନ ଓ ବିମାନ ବନ୍ଦର ଦେଇ ଚାଲାଣ କରାଯାଇଥାଏ। ଏହାକୁ ଶରୀର ଭିତରେ ଏବଂ ଲଗେଜରେ ରଖାଯାଇ ସ୍ଥାନାନ୍ତର କରାଯାଇଥାଏ। ହେଲେ ଏହି ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ସ୍କାନର ଉକ୍ତ ହୀରାକୁ ଠାବ କରି ଚିହ୍ନଟ କରିପାରିଥାଏ। ଏଥିରେ ଥର୍ମାଲ ଇମେଜ ସ୍କେନର, ଆଇଆର ହିଟର ଓ ପ୍ରୋସେସର ସମ୍ମିଳିତ ଏମିଟର ଗନ ରହିଛି। ଏହି ସ୍କାନର ସହିତ ୱୟାରଲେସ ବ୍ୟବସ୍ଥା ଥିବାରୁ ଅନ୍ୟ ବିଭିନ୍ନ କାର୍ଯ୍ୟରେ ମଧ୍ୟ ଏହାକୁ ଉପଯୋଗ କରାଯାଇପାରିବ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories