www.samajalive.in
Saturday, December 6, 2025
26.1 C
Bhubaneswar

ତାତିରୁ ଆଶ୍ୱସ୍ତି – ଦକ୍ଷିଣ ଭାରତରେ ପ୍ରାକ ମୌସୁମୀ ବର୍ଷା , ଲାଗି ରହିବ ଜଳକଷ୍ଟ

ହାଇଦ୍ରାବାଦ – ଦକ୍ଷିଣ ଭାରତ ସହ ମଧ୍ୟ ଭାରତ ଓ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଅସହ୍ୟ ଗରମ ଓ ଗୁଳି ଗୁଳି ଯୋଗୁଁ ସାଧାରଣ ମଣିଷ କଷ୍ଟ ପାଉଛନ୍ତି । ଦେଶର ଅନେକ ସ୍ଥାନରେ ଜଳାଭାବ ଦେଖା ଦେଇଛି । ଗ୍ରୀଷ୍ମରୁ ନିସ୍ତାର ମିଳୁ ନ ଥିବା ବେଳେ କେତକ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ପାଣିପାଗ ସୂଚନାପ୍ରଦାନକାରୀ ସଂସ୍ଥା ସ୍କାଏମେଟ୍‌ ଅନୁସାରେ ଦକ୍ଷିଣ ଭାରତର ଅନେକାଶଂରେ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଆନ୍ଧ୍ର ପ୍ରଦେଶ ଓ ରୟାଲ ସୀମାରେ ଯଥାକ୍ରମେ ୩୧ ପ୍ରତିଶତ ଓ ୪୫ ପ୍ରତିଶତ କମ୍‌ ବର୍ଷା ହୋଇଛି । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ହେବବୋଲି ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ଏହା ପ୍ରଭାବରେ ଆନ୍ଧ୍ର ଓ ରୟାଲସୀମା ଅଞ୍ଚଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଫନି ବାତ୍ୟା ପରେ ମେ ୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ରୁ ଅତି ଗ୍ରୀଷ୍ମ ପ୍ରବାହର ସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ଲୁ ବହୁଛି । ମାତ୍ର ପ୍ରାକ ମୌସୁମୀ ବର୍ଷା ଓ ବଙ୍ଗୋପସାଗରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରୁ ବାୟୁ ଚଳା ଚଳ କରିବ , ଏହାର ପ୍ରଭାବରେ ତାପମାତ୍ର ୩ରୁ ୪ଡିଗ୍ରୀ କମିବ ।

- Advertisement -

ବିହାରଠାରୁ ତାମିଲନାଡୁ ପର୍ଯ୍ୟନ୍ତ ଏକ ଟ୍ରାଫ ଲାଇନ ରହିଛି । ଏହା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଉପର ଦେଇଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ପ୍ରାକ ମୌସୁମୀ ବର୍ଷାର ସମ୍ଭାବନା ରହିଛି ।

କେରଳ ଓ ତାମିଲନାଡୁରେ ମଧ୍ୟ ପ୍ରାକ ମୌସୁମୀ ବର୍ଷାର ସମ୍ଭାବନା ରହିଛି । କେରଳର ଅଭ୍ୟନ୍ତରୀଣ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲାର ସ୍ଥିତି ଯୋଗୁଁ ବର୍ଷା ହୋଇପାରେ ।
ଦକ୍ଷିଣ ଭାରତରେ ପ୍ରାକ ମୌସୁମୀ ବର୍ଷା ହେବ । ଏଥିଯୋଗୁଁ ଦେଖାଦେଇଥିବା ଜଳାଭାବ ଦୂର ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories