www.samajalive.in
Thursday, December 11, 2025
27.1 C
Bhubaneswar

ଲହମନି ଗ୍ରାମରେ ପ୍ରୌଢ ଶିକ୍ଷା କେନ୍ଦ୍ର ଉଦଘାଟିତ

ରେଙ୍ଗାଲି :  ରେଙ୍ଗାଲି ବ୍ଲକ୍ ର ଜଙ୍ଗଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲହମନି ଗ୍ରାମରେ ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ଏକ ପ୍ରୌଢ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଳା ଗ୍ରାମ ପଞ୍ଚାୟତର ସରପଞ୍ଚ ମୁରାରୀ ପ୍ରସାଦ ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରୌଢ ଶିକ୍ଷା କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନୁଲ୍ ମୁଣ୍ଡା, ଆନ୍ଦ ସୁରେନ୍, ଲିଲି ବାର୍ଲା ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି କେନ୍ଦ୍ରରେ ଲହମନି ଗ୍ରାମର ୧୫ ବର୍ଷରୁ ଅଧିକ ୩୦ ଜଣ ନିରକ୍ଷର ମହିଳାଙ୍କୁ ଶିକ୍ଷାଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମ ସ୍ୱରାଜ ବିକାଶ ସମିତିର ପ୍ରକଳ୍ପ ଅଧିକାରୀ ସୁଦାମା ପାତ୍ର ପ୍ରୌଢ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ଲହମନି ଭଳି ୨୦ଟି ଗ୍ରାମରେ ପ୍ରୌଢ ଶିକ୍ଷା କେନ୍ଦ୍ର ଖୋଲାଯାଇଛି ବୋଲି ସୂଚନା ଦେଇଥିଲେ। ଲହମନି ଗ୍ରାମର ପ୍ରୌଢ ଶିକ୍ଷା କେନ୍ଦ୍ରରେ ମାର୍ଥା ମୁଣ୍ଡାଙ୍କୁ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ। ସଙ୍ଗଠନର ରୀତା ବାଗ,ଏବଂ ଆଶିଷ ବେହେରା କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ । ଗ୍ରାମ ସ୍ୱରାଜ ବିକାଶ ସମିତିର ସମ୍ପାଦିକା ପ୍ରଭାତି ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ନିକଟସ୍ଥ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ ରଶ୍ମିତା ବାର୍ଲା, ସସ୍ମିତା ବିଶ୍ୱାଲ,ଅରୁଣା ମୁଣ୍ଡା, ସୁନିତା ଓରାମ, ରଶ୍ମି ଓରାମ ପ୍ରମୁଖ ବହୁ ସଂଖ୍ୟକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories