www.samajalive.in
Monday, December 8, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ; ଓଏମସିକୁ ୨ଟି ଓ ଓଏମଇସିକୁ ମିଳିବ ଗୋଟିଏ ଲୁହାପଥର ଖଣି

ଭୁବନେଶ୍ବର:  କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ  ରାଜ୍ୟର ବିଭିନ୍ନ ଖଣିଜ ପଦାର୍ଥର ନିଲାମ  ଏବଂ ଓଡିଶାରେ ଖଣି ଖନନ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ ମଞ୍ଜରୀ, ବନ୍ଦ ଖଣି ଗୁଡ଼ିକର କାର୍ଯ୍ୟକ୍ଷମତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

ଏହି ଅବସରରେ ସେ ଓଏମସିକୁ ୨ଟି ଲୁହାପଥର ଖଣି ଏବଂ ଓଡିଶା ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡକୁ ଗୋଟିଏ ଖଣି ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି ।ଏହାଫଳରେ ଓଡିଶାରେ ଲୁହାପଥର ଉତ୍ପାଦନକୁ ତ୍ବରାନ୍ବିତ କରି ରାଜ୍ୟରେ ଅର୍ଥନୀତି ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ବୋଲି ଯୋଶୀ କହିଛନ୍ତି ।

- Advertisement -

ଏହାପରେ ଶ୍ରୀ ଯୋଶୀ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଖଣି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିଲାମ ହୋଇଥିବା ୩ଟି ଖଣି ଓଏମସି ଓ ଓଏମଇସିକୁ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । କେନ୍ଦ୍ର ଏଥିପାଇଁ ଅନୁମତି ଦେଇ ସାରିଥିବା ସେ କହିଛନ୍ତି । ଏହା ସହ କୋଲ୍ ଇଣ୍ଡିଆ ଓଡ଼ିଶାରେ ବୃହତ ପୁଞ୍ଜିନବେଶ କରିବାକୁ ଯାଉଛି । ଯାହାକି ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବ । ଖୁବଶୀଘ୍ର ଓଡ଼ିଶାର ୧୧ରୁ ୧୨ଟି ଖଣି ନିଲାମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଓଡ଼ିଶା ସରକାରଙ୍କ ଓଏମସି, OMECL ସହ ବୁଝାମଣା ହୋଇଛି । ନୀତି ଓ ଆଇନରେ ଫେବ୍ରୁଆରୀ ସୁଦ୍ଧା ପରିବର୍ତ୍ତନ ଆସିବ । ବିଶେଷ ଆଗ୍ରହ ନଥିବା ସଂସ୍ଥାଙ୍କୁ ଖଣି ନିଲାମୀରେ ଭାଗ ନେବାକୁ ଏଣିକି ସୁଯୋଗ ଦିଆଯିବନି । ନାଲକୋର ସମ୍ପ୍ରସାରଣ ହେଉଛି । ୨୦୨୭ ସୁଦ୍ଧା ୩୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ଏହାର ରିଫାଇନାରୀ ଉତ୍ପାଦନ କ୍ଷମତା ୧ ନିୟୁତ ଟନ୍ ହେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories