ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ -ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ବିଜେଡି ଉପରେ ଖୋଲାଖୋଲି ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶଙ୍ଖ ଛାଡି ପଦ୍ମ ଧରିବା ପରେ ପ୍ରଦୀପ କହିଛନ୍ତି ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ସୁଦୃଢ ଓଡ଼ିଶା, ସୁଦୃଢ ଭାରତ ଗଠନର ସମୟ ଆସଛି। ନବୀନଙ୍କୁ ଶାସନରୁ ହଟାଇବା ଏବଂ ଓଡ଼ିଆଙ୍କୁ ଗୁରୁତ୍ୱ ଦେବା। ଏକଛତ୍ରବାଦୀ ସରକାର ହଟାଇ ଲୋକତନ୍ତ୍ରର ସରକାରକୁ ଶାସନକୁ ଆଣିବାକୁ କହିଛନ୍ତି ପ୍ରଦୀପ। ରାଜ୍ୟରେ ନବୀନ ସରକାର ହଟାଇ ବିଜେପି ସରକାରଙ୍କୁ ସୁଯୋଗ ଦେବାକୁ ଜନସାଧାରଣଙ୍କୁ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ବିଜେପିରେ ଯୋଗ ଦେଇ ପ୍ରଦୀପ କହିଛନ୍ତି ଦଳ ଯେଉଁ କାର୍ଯ୍ୟ ଦେବ ସେହି ହିସାବରେ କାର୍ଯ୍ୟ କରିବେ।

 

Comments are closed.