www.samajalive.in
Sunday, December 7, 2025
16.1 C
Bhubaneswar

ଭଙ୍ଗା କୁଡ଼ିଆରେ ରୋଗାଗ୍ରସ୍ତ ମାଆ ଓ ମାନସିକ ବିକୃତ ଝିଅ, ତଥାପି ହାରି ନାହାନ୍ତି ମାଆ

ଫୁଲବାଣୀ/ଖଜୁରିପଡା: ପରିବାର କହିଲେ କେବଳ ମାଆ ଓ ଝିଅ। ମାଆ ଲିଳାବତୀ ବେହେରା (୫୬) ବର୍ଷ। ଦୀର୍ଘଦିନ ହେଲା କିଡ଼ନୀ ରୋଗରେ ପିଡିତ। ଏପଟେ ଘରେ ଥିବା ଏକମାତ୍ର ଝିଅ ହେଉଛି ମାନସିକ ବିକାରାଗସ୍ତ ଉଜ୍ଜଳା ବେହେରା। ରୋଗାଗସ୍ତ ମାଆ ନିଜର ମାନସିକ ବିକାର ଗ୍ରସ୍ତ ଝିଅକୁ ସମ୍ଭାଳିକାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଏବେ ଏହି ମାଆ-ଝିଅ ପାଇଁ ଘର ସାଜିଛି ବଇରି। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଉରୁମୁଣ୍ଡା ଗ୍ରାମର ହରିଜନ ସାହିରେ।

ଗତ ଅଗଷ୍ଟ ମାସରେ ହୋଇଥିବା ଲଗାଣ ବର୍ଷ ଫଳରେ କେଉଁ କାଳର ଘର ସଂପୂର୍ଣ୍ଣଭାବେ ଭାଙ୍ଗିଯାଇଛି। ଘର ମରାମତି କରିବାକୁ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ ଏହି ଅସହାୟ ପରିବାର ପାଇଁ। ସେହି ସମୟରେ ପ୍ରଶାସନ କେବଳ ଖଣ୍ଡେ ପଲିଥିନ୍‍ ଦେଇ ଆଜି ପର୍ଯ୍ୟନ୍ତ ନିରବ ରହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବର୍ଷାହେଲେ ବାହାର ଅପେକ୍ଷା ମାଆ-ଝିଅ ରହୁଥିବା ଘର ଭିତରେ ଆଗରୁ ପଡ଼ିଥାଏ ବର୍ଷ ପାଣି। ବର୍ତ୍ତମାନ ଘରର ପରିସ୍ଥିତି ଯେଭଳି ଅଛି ଆଗକୁ ଆସୁଥିବା ବର୍ଷାରେ ନିଶ୍ଚିତ ଭାବେ ଘରର ସଂପୂର୍ଣ୍ଣଭାବେ ଭୁଷୁଡ଼ି ପଡ଼ିବାର ବହୁ ସମ୍ଭାବନା ରହିଛି। ଏଭଳି ସ୍ଥଳେ ବୃଦ୍ଧା ମାଆ ଜଣକ କିିଭଳି ଭାବେ ତହାର ମାନସିକ ବିକାରଗସ୍ତ ଝିଅକୁ ଧରି ରହିବ ସେ ନେଇ ଚିନ୍ତାରେ। ତେବେ ଏହି ଅସହାୟ ପରିବାରକୁ ସହାୟତ ପାଇଁ ପୂର୍ବରୁ ଗ୍ରାମର ଶିକ୍ଷିତ ଯୁବକ ଓ ଅନ୍ୟମାନେ ମଧ୍ୟ ପ୍ରଶାସନର ଦ୍ୱାରସ୍ଥ ହୋଇ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା କିମ୍ବା ସହଯୋଗ ମିଳିନାହିଁ। ଏପରିକି ଉରୁମୁଣ୍ଡା ଗ୍ରମାବାସୀ ମାନେ ମଧ୍ୟ ଏହି ପରିବାର ପ୍ରତି ସହାୟକ ହେବାପାଇଁ ପଂଚାୟତ ଓ ବ୍ଳକ ପ୍ରଶାସନକୁ ଗୁହାରି କରିଥିଲେ ବୋଲି ପ୍ରକାଶ କରିଛନ୍ତି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ମିଳିନାହିଁ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅସହାୟ ରୋଗାଗ୍ରସ୍ତ ମାଆ ଓ ଝିଅ ପ୍ରତି ଦୃଷ୍ଟିଦେବାକୁ ଅଞ୍ଚଳବାସୀ ନିବେଦନ କରିଥିବା ବେଳେ ଜିଲାପାଳ, ଖଜୁରିପଡ଼ା ତହସିଲ୍‍ଦାର ଓ ବିଡିଓ ଦୃଷ୍ଟିଦେବା ଆବଶ୍ୟକ ହୋଇ ପଡ଼ିଛି ବୋଲି ମତ ପ୍ରକାଶ ପାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories