www.samajalive.in
Thursday, December 11, 2025
23.1 C
Bhubaneswar

ଯମୁନା ନଦୀରେ ବୃଦ୍ଧି ପାଉଛି ପ୍ରଦୂଷଣ, ରିପୋର୍ଟ ମାଗିଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଯମୁନା ନଦୀରେ ପ୍ରଦୂଷଣ ଏବଂ ଫେଣ ସୃଷ୍ଟି ହେବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ସଂପୃକ୍ତ ଏଜେନ୍ସିକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିଛି। ଏ ନେଇ ପ୍ରଭାବଶାଳୀ ଜଳ ନିଷ୍କାସନ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟକୁ କହିଛି।

ଅତୀତରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯମୁନା ନଦୀରେ ଫେଣ ସୃଷ୍ଟି ଏବଂ ଆମୋନିୟା ସ୍ତର ବୃଦ୍ଧି ଉପରେ ନଜର ରଖିଥିଲା। ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡିକ ଦ୍ୱାରା ଆଦର୍ଶର ଅନୁପାଳନ ନିଶ୍ଚିତ କରିବାକୁ ସମୟବଦ୍ଧ କାର୍ଯ୍ୟ ଯୋଜନା ଦାଖଲ ପାଇଁ ଏହା ଦିଲ୍ଲୀ ଜଲ୍ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲା।

- Advertisement -

ଅନ୍ୟପକ୍ଷରେ ସଠିକ ପରିଚାଳନା ନ କରିବା ନେଇ କମନ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ସମେତ ହରିୟାଣା ଏବଂ ଉତ୍ତରପ୍ରଦେଶ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories