www.samajalive.in
Tuesday, December 9, 2025
17.1 C
Bhubaneswar

ଭାଙ୍ଗିଲା ନେପାଳ ସଂସଦ, ରାଜନୈତିକ ସଙ୍କଟ ଗମ୍ଭୀର

ନେପାଳରେ ରାଜନୈତିକ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ସଂସଦ ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କରିଥିବା ସୁପାରିଶକୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ୩୦ରୁ ମେ ୧୦ ମଧ୍ୟରେ ନେପାଳରେ ନିର୍ବାଚନ ଅନୁଷ୍ଠିତ ହେବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସୂଚନା ଦେଇଛି।

ଆଜି ସକାଳେ ଅନୁଷ୍ଠିତ ଅଲି କ୍ୟାବିନେଟର ଜରୁରୀ ବୈଠକରେ କ୍ୟାବିନେଟ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା। ଏହା ପରେ ଓଲି ଏହି ସୁପାରିଶ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ନିକଟକୁ ପଠାଇଥିଲେ। ପ୍ରକାଶିତ ସୂଚନା ଅନୁଯାୟୀ ନେପାଳ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ସଂସଦ ଭଙ୍ଗ କରିବାକୁ କ୍ୟାବିନେଟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ କୁହାଯାଇଛି ଯେ ଆସନ୍ତା ବର୍ଷ ଏପ୍ରିଲ ୩୦ରୁ ମେ ୧୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ନେପାଳ ସମ୍ବିଧାନରେ ସଂସଦ ଭଙ୍ଗ କରିବାର ବ୍ୟବସ୍ଥା ନ ଥିବାରୁ ଓଲି ସରକାରଙ୍କ ଏହି ପଦକ୍ଷେପକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ। ସଂସଦ ଭଙ୍ଗ କରିବାକୁ କ୍ୟାବିନେଟର ସୁପାରିଶ ପରେ ନେପାଳର ବିରୋଧୀ ଦଳ ନେପାଳ କଂଗ୍ରେସ ଆଜି ଜରୁରୀ ବୈଠକ ଡ଼କାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories