www.samajalive.in
Monday, December 8, 2025
20.1 C
Bhubaneswar

ମାତ୍ର ୭୩ ଟଙ୍କାରେ ଭାରତୀୟ କୋଟିପତି ବିକ୍ରି କଲେ ନିଜ କମ୍ପାନୀ

ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି। ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତାଙ୍କ କମ୍ପାନୀ ବିରୋଧରେ ମଧ୍ୟ ଏକ ଠକେଇ ମାମଲାର ତଦନ୍ତ ଚାଲିଛି।

ଗତ ବର୍ଷ ଷ୍ଟକ୍ ଏକ୍ସଚେଞ୍ଜରେ ଶେଟ୍ଟୀଙ୍କ କମ୍ପାନୀଗୁଡିକର ସେୟାର କାରବାର ଉପରେ ପ୍ରତିବନ୍ଧକ ଜାରି କରାଯାଇଥିଲା। ସେହି କମ୍ପାନୀଗୁଡିକର ଋଣ ଉଠାଣ ମିଆଦ ଶେଷ ହୋଇଯାଇ ଥିବାରୁ କମ୍ପାନୀଗୁଡିକରେ ବିନିଯୋଗ କରିବାକୁ କେହି ଇଚ୍ଛୁକ ନୁହଁନ୍ତି। ଏହି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଗଠିତ କମିଟି ଏହି କମ୍ପାନୀ ନେବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ଡିସେମ୍ବର ମାସରେ ଫିନାବ୍ଲର ବ୍ୟବସାୟର ବଜାର ମୂଲ୍ୟ ୨ ବିଲିୟନ ଡ଼ଲାର ଥିଲା। ଏଥି ସହିତ କମ୍ପାନୀ ଉପରେ ପ୍ରାୟ ଏକ ବିଲିୟନ ଡଲାର ଋଣ ଥିବା କୁହାଯାଇଛି।

- Advertisement -

ରିପୋର୍ଟ ଅନୁଯାୟୀ, ବି. ଆର. ଶେଟ୍ଟୀ ୭୦ ଦଶକରେ ମାତ୍ର ୫୦୦ ଟଙ୍କା ନେଇ ୟୁଏଇ ଯାଇଥିଲେ ଏବଂ ସେଠାରେ ମେଡିକାଲ ରିପ୍ରେଜେଣ୍ଟେଟିଭ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୭୦ ମସିହାରେ ଶେଟ୍ଟି ‘ଏନଏମସି ହେଲ୍ଥ’ର ଆରମ୍ଭ କରିଥିଲେ। ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ ଟଙ୍କା ମଧ୍ୟ ରୋଜଗାର କରିଥିଲେ। ଏହା ପରେ ସେ ୧୯୮୦ ମସିହାରେ ୟୁଏଇ ଏକ୍ସଚେଞ୍ଜ ଆରମ୍ଭ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories