www.samajalive.in
Sunday, December 7, 2025
16.1 C
Bhubaneswar

ରାଇକିଆ ଥାନା ଅଞ୍ଚଳରେ ପୁଲିସ୍-ମାଓବାଦୀ ଗୁଳିବିନିୟ ଘଟଣା

ଫୁଲବାଣୀ : ଗଂଜାମ-କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ପଂଚାୟତର ବାଇବାଲି ଜଙ୍ଗଳରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇବା ପରେ ଶୁକ୍ରବାର ଠାରୁ ପୁଲିସ୍ ସଂପୃକ୍ତ ଜଙ୍ଗଲରେ ଆରମ୍ଭ କରିଛି କମ୍ବିଂ ଅପରେସନ। କେବଳ ସେତିକି ନୁହେଁ , କମ୍ବିଂ ଅପରେସନ ବେଳେ ପୁଲିସ୍-ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଗତ ୧୧  ବର୍ଷ ପରେ ପୁଣିଥରେ ଉକ୍ତ  ଅଞ୍ଚଳରେ ଗୁଳିଫୁଟିଥିବା ବେଳେ ରାଇକିଆ ବ୍ଳକ ସଦର ମହକୁମା ଠାରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଥିବା କରଡ଼ା , ଇନ୍ଦ୍ରଗଡ଼ , ରଣବା ଓ ବଡ଼ ବାରବା ଆଦି ପଂଚାୟତର ଅଧିବାସୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘଦିନ ହେଲା  ଉକ୍ତ ଅଞ୍ଚଳରେ ମାଓବାଦୀଙ୍କର କୌଣସି ପ୍ରକାର ସୋର-ଶବ୍ଦ ନଥିବା ବେଳେ ପୁଣିଥରେ ମାଓବାଦୀଙ୍କ ଚଳ ପ୍ରଚର ଓ ଗୁଳିବିନିମୟ ଘଟଣା ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ପୁଣିଥରେ ଚିନ୍ତାର ଅଛନ୍ତି ଚାରୋଟି ପଂଚାୟତ ବାସୀ।

ପ୍ରକାଶ ଯେ, ଗତ ୨୦୦୮ ମସିହା କନ୍ଧମାଳ ହିଂସାକାଣ୍ଡ ସମୟରେ ସଂପୃକ୍ତ ପଂଚାୟତ ମାନଙ୍କରେ ମାଓବାଦୀଙ୍କ ଚଳ ପ୍ରଚର ବେଶ୍ ଥିଲା। ଏପରିକି ୨୦୦୯ ମସିହାରେ ମାଓବାଦୀମାନେ ବଡ଼ବାରବା ସ୍ଥିତ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଏହା ପରେ ପରେ ଅନେକ ଥର ସଂପୃକ୍ତ ଅଞ୍ଚଳରେ ଗୁଳିବିନିମୟ ହୋଇଥିଲେ ମଧ୍ୟ ଗତ ୧୧ ବର୍ଷ ହେଲା ଆଉ କୌଣସି ପ୍ରକାର ଗୁଳିଶଦ୍ଧ ଶୁଭିନଥିଲା।  ପୁଣିଥରେ ଗୁଳି ଯୋଗୁଁ ସଂପୃକ୍ତ  ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଶନିବାର ମଧ୍ୟ ଗୁଳୁ ଶଦ୍ଧ ଅଞ୍ଚଳବାସୀଙ୍କ ଆହୁରି ଆତଙ୍କିତ କରିଛି। ଶନିବାର ମଧ୍ୟ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଥିବାର ଖବର ମିଳିଛି। ଗତକାଲି ଭଳି ଆଜି ମଧ୍ୟ ଗୁଳି ଶଦ୍ଧ ସ୍ଥାନୀୟ ଅଞ୍ଚଳବାସୀ ଶୁଣିଥିବାର କହିଛନ୍ତି। ଅନ୍ୟଏକ ସୂତ୍ରୁ ପ୍ରକାରେ, ମାଓବାଦୀ ମାନେ ଡ଼େରାପକାଇଥିବା ଖବର ପରେ କମ୍ବିଂ ଅପରେସନ ବେଳେ ଉକ୍ତ ଜଙ୍ଗଲରୁ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବାର ଖବର ମିଳିଛି। ତେବେ ତାହା କେଉଁ ଜଙ୍ଗଲରୁ ତାହାର ସଠିକ୍ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। କମ୍ବିଂ ଅପରେସନରେ ସାମିଲ୍ ଥିବା ଜବାନ ମାନେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଫେରିନଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଧିକ ତଥ୍ୟ ମଧ୍ୟ ହସ୍ତଗତ ହୋଇ ପାରିନାହିଁ। କନ୍ଧମାଳ ପୁଲିସ୍ ଟିମ୍ ଫେରିବାକୁ ଅପେକ୍ଷା କରି ରହିଛି। ଅନ୍ୟପକ୍ଷରେ ଗତ ଜୁଲାଇ ମାସରୁ ମାଓବାଦୀ ମାନେ ଏକ ପ୍ରକାର ରକ୍ତମୁଖା ହୋଇପଡ଼ିଛନ୍ତି। ମଝିରେ ମଝିରେ ଜିଲାର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାରି ସେମାନଙ୍କର ଉପସ୍ଥିତି ଜାହିର କରିବା ସହିତ ଆଉ କେତେବେଳେ ପୁଲିସ୍ ଇନଫରମର କହି ଟାର୍ଗେଟ କରି ମଧ୍ୟ ପୋଷ୍ଟର ମାରିଥିବାର ନଜିର ରହିଛି। ଏପରିକି ଗତ କିଛିଦିନ ତଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ଠିକା ସଂସ୍ଥା ଉପରେ ମାଓବାଦୀମାନେ ଚଢାଉ କରି ବ୍ୟାପକ ଜଳପୋଡ଼ା ମଧ୍ୟ କରିଥିଲେ।

- Advertisement -

ସୂଚନା ପ୍ରକାରେ, ଗତ କିଛିମାସ ମଧ୍ୟରେ କନ୍ଧମାଳ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୧ ଜଣ ମାଓବାଦୀ ମୃତାହତ ହୋଇଥିବାର ରେକର୍ଡ଼ ରହିଛି। ସେହିଭଳି ଗତ ଜୁଲାଇ ୪ ଓ ୫ ତାରିକରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଗୁଳିବିନିମୟ ଯୋଗୁଁ ମଧ୍ୟ ୫ ଜଣ ହାଡ଼କୋର ମାଓବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପ୍ରକାଶ। ତେବେ ବାରମ୍ବାର ମାଓବାଦୀ-ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଥିଲେ ମଧ୍ୟ ଅନେକ ମାଓନେତା ଖସିଯିବା ସହିତ ଅନେକ ଛତ୍ରଭଙ୍ଗ ଦେଇଥିବା ଯୋଗୁଁ ମାଓବାଦୀ ମାନେ ରକ୍ତମୁଖା ହୋଇ ବୁଳୁଥିବା ମଧ୍ୟ ସନ୍ଦେହ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories