www.samajalive.in
Friday, December 5, 2025
23.1 C
Bhubaneswar

ରାଜ୍ୟରେ ନିଯୁକ୍ତ ହେବେ ୪୨୧୯ କନଷ୍ଟେବଳ

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏସ୍‌ଓପି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

ଗୃହ ବିଭାଗ ଉପ ସଚିବ ତରୁଣ କୁମାର ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ପୁଲିସରେ ୪୨୧୯ଟି ଖାଲିଥିବା କନଷ୍ଟେବଳ ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ସରକାର ବିଚାରବିମର୍ଶ ପରେ ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୪୨୧୯ଟି ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ, ଯେଉଁଥିରେ ଆଇନଗତ ନିୟମାବଳୀକୁ ପାଳନ କରାଯିବ। ସଂରକ୍ଷଣ ନୀତିର ନିୟମ ଏବଂ ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ସେପ୍ଟେମ୍ବର ୨୨ରେ ଜାରି କରାଯାଇଥିବା ଏସ୍‌ଓପିକୁ ଅନୁପାଳନ କରିବା ପାଇଁ କୁହାଯାଇଛି।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories