www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ କଡାକଡି : ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ 

ଜି.ଉଦୟଗିରି :  କରୋନାର ଦିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଇଛି। ତଥାପି କିଛି ଅମାନିଆ କଟକଣାକୁ ଖାତିର କରୁନାହାନ୍ତି। ଆଜି ଜି.ଉଦୟଗିରି ତହସିଲଦାର ଜନ୍ମେଜୟ ସାହୁ କୋଭିଡ କଟକଣା ଉଲଙ୍ଘନ କରିଥିବା ଅଭିଯୋଗରେ ସହରର ଏକ ଘରୋଇ କ୍ଳିନିକ ଠାରୁ ଜରିମାନା ଆଦାୟ କରିଥିବା ବେଳେ ସ୍ଥାନୀୟ ପୋଲିସ ଏସଆଇ ବିଭୂତି ଭୂଷଣ ମୂଦୁଲି ଓ ଏଏସଆଇ ପ୍ରମୋଦ କୁମାର ଦୀପ ଟିମ ନେଇ ସହରର ଅସ୍ଥାୟୀ ପରିବା ବଜାର ନିକଟରେ ଯାଞ୍ଚ କଡାକଡି ଭାବେ କରୁଥିବାର ଦେଖାଦେଇଥିଲା। ହେଲମେଟ ଓ ମାକ୍ସ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ତଣ୍ଡ ଆଦାୟ କରିବା ସହ ସେମାନଙ୍କ ଜୀବନର ସୂରକ୍ଷା ପାଇଁ ହେଲମେଟ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ମଧ୍ୟ ସଚେତନ କରୁଥିଲେ। ପ୍ରକାଶ ଥାଉକି କିଛି ଦିନ ହେଲା ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ଯାଞ୍ଚ ସହରର ଚାରିଆଡେ ଚାଲିଥିବା ବେଳେ କେତେକ ସଚେତନ ଅମାନିଆ ମାସ୍କ ତଳକୁ କରି ଧରାପଡି ଅଯଥା ଯୁକ୍ତି କରି ତଣ୍ଡ ମଧ୍ୟ ଗଣିଥିବାର ନଜିରକୁ ଆସିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କଲେ ମଧ୍ୟ ଚେଇଁ ଶୋଇଥିବା ଅମାନିଆ ବନ୍ଧୁ ଭୟାବହତାକୁ ହୃଦୟଙ୍ଗମ କରି କୋଭିଡ-୧୯ କଟକଣା ମାନିବାକୁ ଅନୁରୋଧ କରାଯାଉଛି।ତଥାପି, ଯଦି କିଏ କଟକଣା ନ ମାନନ୍ତି ତେବେ ସେମାନଙ୍କ ପ୍ରତି ପ୍ରଶାସନ କଠୋର ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories