www.samajalive.in
Tuesday, December 9, 2025
16.1 C
Bhubaneswar

ବାରଣାସୀରେ ​’ଦେବ ଦୀପାବଳି’ ଉତ୍ସବରେ ଯୋଗ ଦେବେ ମୋଦୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରଣାସୀ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ଗସ୍ତ ସମୟରେ ରାଷ୍ଟ୍ରୀୟ ରାଜପଥ ନଂ-୨ର ହଣ୍ଡିଆ-ରାଜା ତାଲାବ ଅଂଶର-୬ ଲେନ ସମ୍ପ୍ରସାରଣ କାର୍ଯ୍ୟକୁ ଦେଶକୁ ଉତ୍ସର୍ଗ କରିବେ। ଏହି ରାସ୍ତା ପ୍ରୟାଗରାଜ ଏବଂ ବାରଣାସୀକୁ ସଂଯୋଗ କରୁଛି ଏବଂ ଏହା ମଧ୍ୟ ସ୍ବର୍ଣ୍ଣିମ ଚତୁର୍ଭୁଜ ପ୍ରକଳ୍ପ -୧ (ଦିଲ୍ଲୀ-କୋଲକାତା କରିଡର) ର ଏକ ପ୍ରମୁଖ ଅଂଶ।
ଏହାପୂର୍ବରୁ ପ୍ରୟାଗରାଜ ବାରଣାସୀ ଯାତ୍ରା ପାଇଁ ପ୍ରାୟ ସାଢେ ତିନି ଘଣ୍ଟା ସମୟ ଲାଗୁଥିଲା। ବର୍ତ୍ତମାନ ପ୍ରୟାଗରାଜରୁ ବାରଣାସୀକୁ ଯାତ୍ରା କରିବା ପାଇଁ ମାତ୍ର ଦେଢ ଘଣ୍ଟା ଲାଗିବ। ଏହି ପ୍ରକଳ୍ପର ବ୍ୟୟ ଅଟକଳ ହେଉଛି ୨,୪୪୭ କୋଟି ଟଙ୍କା। ମୋଦୀ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଧାମ ପ୍ରକଳ୍ପ ସାଇଟର ଅଂଶ ଗ୍ରହଣ କରିବେ ଏବଂ ରାଜଘାଟରେ ଆୟୋଜିତ ’ଦେବ ଦୀପାବଳି’ ଉତ୍ସବରେ ଯୋଗଦେବେ। ସେ ସାରନାଥ ପ୍ରତ୍ନତାତ୍ତ୍ୱିକ କମ୍ପ୍ଲେକ୍ସ ପରିଦର୍ଶନ କରିବେ ଏବଂ ଆଲୋକ ଏବଂ ଶବ୍ଦ ଶୋ’ ମଧ୍ୟ ଦେଖିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଦେବ ଦୀପୱାଲୀର ଅନନ୍ୟ ଛଟା ଦେଖିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ ଗଙ୍ଗାରେ ଜଳ ବିହାର କରିବେ। ମିର୍ଜାମୁରାଦରେ ସାଧାରଣ ସଭା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଲିକପ୍ଟର ଯୋଗେ ରାଜଘାଟରେ ପହଞ୍ଚିବେ ଏବଂ ଏଠାରୁ ଡଙ୍ଗାରେ କାଶୀ ବିଶ୍ୱନାଥ କରିଡରକୁ ଯାତ୍ରା କରିବେ। କରିଡରର ଯାଞ୍ଚ ପରେ ସେ ଡଙ୍ଗାରେ ରାଜଘାଟକୁ ଫେରିବେ ଏବଂ ସେଠାରୁ ସନ୍ଥ ରବିଦାସ ଘାଟକୁ ଯାଇ ଦେବ ଦିପାବଳୀରେ ସାମିଲ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories