www.samajalive.in
Monday, December 8, 2025
20.1 C
Bhubaneswar

ନକଲି ଖାଦ୍ୟ ସାମଗ୍ରୀର କୁଟୀର ଶିଳ୍ପ ପାଲଟିଛି କଟକ : ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ଆଜି ମଧ୍ୟ କଟକର ଜଗତପୁରର ଶିଳ୍ପାଞ୍ଚଳରେ ଆଉ ଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହୋଇଛି। ଏହାସହ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ମଧ୍ୟ ଜବତ ହୋଇଛି। ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ଯନ୍ତ୍ରାଂଶକୁ ମଧ୍ୟ ପୁଲିସ ଜବତ କରିଛି। ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ଜବତ କରାଯାଇଛି। ଲଗାତାର ୩ ଦିନ ମଧ୍ୟରେ କଟକରେ ୩ଟି ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ କରାଯାଇଛି।
ସୂଚନା ଯୋଗ୍ୟ, ଗତକାଲି ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ପୁଲିସ ଦ୍ୱାରା ନକଲି ଘିଅ କାରଖାନା ଠାବ ହୋଇଥିଲା।
ଗତ ଗୁରୁବାର ସଦର ଥାନା ଅଞ୍ଚଳର ଗବଗସ୍ତରେ ମାଲଗୋଦାମ ପୁଲିସ ଦ୍ୱାରା ନାମୀଦାମୀ ନାଁର ବିପୁଳ ପରିମାଣରେ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହେବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories